ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଆସନ୍ତା କାଲି ଭୁବନେଶ୍ବର ଅଞ୍ଚଳରେ ଅଧାଦିନ ଛୁଟି

0

ଭୁବନେଶ୍ବର; ଆସନ୍ତାକାଲି ଦିନ ୧ରୁ ଭୁବନେଶ୍ବର ଅଞ୍ଚଳର ଅଫିସ, ସ୍କୁଲ ଓ କଲେଜ ବନ୍ଦ । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନଜରରେ ରଖି ନିଆଗଲା ଏଭଳି ନିଷ୍ପତ୍ତି । ରାଷ୍ଟ୍ରପତି ଭାବେ ଆସନ୍ତାକାଲି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିସନରେଟ୍ ପୁଲିସ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀରୁ ଶ୍ରୀମନ୍ଦିର ଯାଏ ପୁଲିସ ଛାଉଣି ରହିବ। ସୁରକ୍ଷା ବ୍ୟବସ୍ଥାରେ ୩ ଶହ ବରିଷ୍ଠ ପୁଲିସ ଅଧିକାରୀ ଥିବା ବେଳେ ବିମାନବନ୍ଦରରୁ ପୁରୀ, ରାଜଭବନ ଆଦି ସ୍ଥାନରେ ୫୫ ପ୍ଲାଟୁନ୍‌ରୁ ଅଧିକ ପୁଲିସ ମୁତୟନ ହେବେ। କେବଳ ରାଜଧାନୀରେ ୩୦ ପ୍ଲାଟୁନ୍‌ ପୁଲିସ ମୁତୟନ ହେ‌ବେ।

ସେହିପରି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ପାଇଁ ଏସ୍‌ପି ରୢାଙ୍କର ୫ ଓ ଏଏସ୍‌ପି ରାଙ୍କର ୭ ଅଧିକାରୀଙ୍କ ସମେତ ୧୮ ଡିଏସ୍‌ପି ଏବଂ ୩୦ ଇନ୍ସପେକ୍ଟରଙ୍କୁ ଦାୟିତ୍ବ ଦିଆଯାଇଛି। ୧୧୦ ଜଣ ଏସ୍‌ଆଇ, ଏଏସ୍‌ଆଇ ଓ ୩୦୦ ହୋମଗାର୍ଡ ଓ ୨୪ ପ୍ଲାଟୁନ ପୁଲିସ ମୁତୟନ ରହିବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ପୁରୀ ଓ ଭୁବନେଶ୍ୱରକୁ ସୁରକ୍ଷା ବଳୟରେ ରଖାଯାଇଛି । ରାଷ୍ଟ୍ରପତି ମଧ୍ୟାହ୍ନରେ ମହାପ୍ରଭୁଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଓ ସୁଆର ମହାସୁଆର ନିଯୋଗ ମିଳିତ ଭାବେ ଅବଢ଼ା ପ୍ରସ୍ତୁତ କରିବେ । ସେହିପରି ମହାମହିମ ରାଷ୍ଟ୍ରପତିଙ୍କ ପାଇଁ କାନିକା, ଖେଚୁଡି, ମିଠା ଡାଲି ଓ ଡାଲମା, ଶାଗ ଭଜା, ଗୋଟା ମୁଗ ତରକାରୀ ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି

Leave A Reply

Your email address will not be published.