ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମୁଲାୟମ ସିଂହଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋହୂ ଡିମ୍ପଲ

0

ମୈନପୁରୀ; ମୈନପୁରୀ ଲୋକସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ସମାଜବାଦୀ ପାର୍ଟି । ଏଠାରୁ ନିର୍ବାଚନ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ଡିମ୍ପଲ ଯାଦବ । ସମାଜବାଦୀ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ମୌନପୁରୀ ଲୋକସଭା ଆସନ ଖାଲି ପଡିଛି । ଏବେ ଡିମ୍ପଲଙ୍କ ଦ୍ବାରା ନିର୍ବାଚନ ଲଢି ମୈନପୁରୀକୁ ନିଜ କବଜାରେ ରଖିବାକୁ ପ୍ରୟାସ କରିବ ଯାଦବ ପରିବାର ।

ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବ। ୮ ତାରିରେ ଫଳାଫଳ ଆସିବ । ସୂଚନା ଅନୁଯାୟୀ ୨୦୦୯ରେ ଯେତେବେଳେ ଅଖିଳେଶ ଫିରୋଜାବାଦ ସିଟ ଛାଡିଥିଲେ ସେତେବେଳେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ପତ୍ନୀ ଡିମ୍ପଲ । ଏହି ଉପନିର୍ବାଚନରେ ଲୋକପ୍ରିୟ ଅଭିନେତା ରାଜ ବବରଙ୍କୁ ହରାଇଥିଲେ ଡିମ୍ପଲ । ଏହାପରେ ୨୦୧୨ରେ ଲୋକସଭା ଉପ ନିର୍ବାଚନରେ ବିଜୟ ହାସଲ କରିଥିଲେ । ଏହାପରେ ୨୦୧୯ରେ ସେ କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ଏହି ଆସନରୁ ସେ ବିଜେପିର ସୁବ୍ରତ ପାଠକଙ୍କ ଠାରୁ ହାରି ଯାଇଥିଲେ । ୪୪ ବର୍ଷୀୟ ଡିମ୍ପଲ ଏବେ ଦୀର୍ଘ ତିନି ବର୍ଷ ପରେ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି । ଶ୍ୱଶୁରଙ୍କ ଆସନ ମୌନପୁରୀରୁ ସେ ଲୋକସଭା ଉପ-ନିର୍ବାଚନ ଲଢ଼ିବେ ।

Leave A Reply

Your email address will not be published.