ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମହାମହିମ

0

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିଛନ୍ତି। ସେ ପ୍ରାୟ ଅଧଘଣ୍ଟା ଧରି ଶ୍ରୀମନ୍ଦିରରେ ରହିଥିଲେ। ‌ତାଙ୍କର କୌଳିକ ପଣ୍ଡାଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ତୁଳସୀମାଳ ଦେଇଥିଲେ ଏବଂ ଦୀପ ଜାଳିଥିଲେ। ମହାବାହୁଙ୍କ ଦର୍ଶନ ବେଳେ ତାଙ୍କର ଆଖି ଛଳଛଳ ହୋଇଯାଇଥିଲା। ତାପରେ ସେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଶେଷରେ ସେ ରେଜିଷ୍ଟାରରେ ଦସ୍ତଖତ କରିଥିଲେ। ଜଣେ ସାଧାରଣ ଭକ୍ତଙ୍କ ପରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଉଲ୍ଲେଖଯୋଗ୍ୟ; ୨ ଦିନିଆ ଓଡ଼ିଆ ଗସ୍ତରେ ଆସି ଆଜି ପୂର୍ବାହ୍ନ ୧୦ଟା୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେଠାରୁ ସିଧାସଳଖ ହେଲିକପ୍ଟରରେ ପୁରୀ ଯାଇ ତାଳବଣିଆସ୍ଥିତ ହେଲିପ୍ୟାଡରେ ପୂର୍ବାହ୍ନ ୧୧ଟା୪୦ରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅପ୍ ଅନର ପ୍ରଦାନ କରାଯାଇଥିଲା। ଏହାପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ସେ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ।

ରାଷ୍ଟ୍ରପତିଙ୍କ ସ୍ୱାଗତ ନିମନ୍ତେ ସିଂହଦ୍ୱାର ନିକଟରେ ଗଜପତି ମହାରାଜ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଗଜପତି ମହାରାଜା ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱାଗତ ଜଣାଇଥିଲେ।


ଇତିହାସ ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏପରିକି ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ବଳଗଣ୍ଡି ଛକରୁ କାର୍‌ରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି। ଓଡ଼ିଆ ଘରର ବୋହୂ ଭଳି ଆସି ଅରୁଣସ୍ତମ୍ଭ ସ୍ପର୍ଶ କରି ଆଶୀର୍ବାଦ ନେଲେ। ପରେ ପାଦ ପ୍ରକ୍ଷାଳନ ଜାଗାକୁ ଯାଇ ପାଦ ଧୋଇବା ପରେ ଦର୍ଶନ ପାଇଁ ଗଲେ। ବାଇଶି ପାହାଚ ଦେଇ ଯିବା ବେଳେ ପ୍ରତି ପାହାଚକୁ ସ୍ପର୍ଶ କରି ସେ ମୁଣ୍ଡିଆ ମାରିଛନ୍ତି।

ସିଂହଦ୍ବାର ସମ୍ମୁଖରେ ଆଣ୍ଠୁମାଡି ପ୍ରଣିପାତ କରିଥିଲେ ମହାପ୍ରଭୁଙ୍କୁ । ଏସବୁ ଦୃଶ୍ୟ ସାରା ଓଡ଼ିଶାବାସୀଙ୍କୁ ଅଭିଭୂତ କରିଛି। ତାଙ୍କ ସହ ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଓ ରାଷ୍ଟ୍ରପତିଙ୍କ କନ୍ୟା ପ୍ରମୁଖ ବି ଥିଲେ। ସିଂହଦ୍ବାର ନିକଟରେ ଗଜପତି ଦିବ୍ୟସିଂହ ଦେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଅରୁଣ ସ୍ତମ୍ଭଙ୍କୁ ଛୁଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

Leave A Reply

Your email address will not be published.