ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ଉତ୍ତର ଜାମନଗରରୁ ହେଲେ ପ୍ରାର୍ଥୀ

0

ନୂଆଦିଲ୍ଲୀ; ବିଜେପି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଉତ୍ତର ଜାମନଗରରୁ ପ୍ରାର୍ଥୀ କରିଛି। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯେଉଁ ତାଲିକାରେ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କ ନାଁ ରହିଛି । ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଦଳ ଉତ୍ତର ଜାମନଗର ଆସନରୁ ପ୍ରାର୍ଥୀ କରିଛି । ଏବେ ବିଧାୟକ ଥିବା ଧର୍ମେନ୍ଦ୍ର ସିଂ ଜାଡେଜାଙ୍କ ଟିକେଟ କାଟି ରିଭାବାଙ୍କୁ ଦଳ ଏହି ଆସନ ପାଇଁ ଟିକେଟ ଦେଇଛି।

ଏବେ ଉତ୍ତର ଜାମନଗରର ବିଧାୟକ ରହିଛନ୍ତି ଧର୍ମେନ୍ଦ୍ର ସିଂ ଜାଡେଜା । ୨୦୧୭ ବିଧାନସଭା ନିର୍ବାଚନରେ ଧର୍ମେନ୍ଦ୍ର ସିଂ ୪୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଏଠାରେ ପରାଜିତ କରିଥିଲେ । କିନ୍ତୁ ବିଜେପି ଧର୍ମେନ୍ଦ୍ର ସିଂଙ୍କ ଉପରେ ଭରସା କରିପାରିନାହିଁ । ରିଭାବାଙ୍କୁ ଏଠାରେ ନୂଆ ଚେହେରା ଭାବେ ବିଜେପି ସାମ୍ନାକୁ ଆଣିଛି ।

୨୦୧୯  ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ରିଭାବା । ମୂଳତଃ ରାଜକୋଟରେ ରହୁଥିବା ରିଭାବା ୨୦୧୬ରେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ । ତେବେ ବିଜେପିରେ ସାମିଲ ହେବା ପୂର୍ବରୁ ରିଭାବା ରାଜପୁତ ସମୁଦାୟର ସଙ୍ଗଠନ କରଣୀ ସେନାର ସଦସ୍ୟ ରହି ଆସିଛନ୍ତି । ତେବେ ବିଜେପିରେ ସାମିଲ ହେବା ପରେ ରିଭାବାଙ୍କୁ ଅନେକ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ।

ଆସନ୍ତା ଗୁଜୁରାଟ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବରେ ମନୋନୀତ ହୋଇଥିବାରୁ ଭାରତୀୟ କ୍ରିକେଟ୍ ତାରକା ରବିନ୍ଦ୍ର ଜାଡେଜା ଆଜି ପତ୍ନୀ ରିବାବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.