ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ଉତ୍ତର ଜାମନଗରରୁ ହେଲେ ପ୍ରାର୍ଥୀ

0

ନୂଆଦିଲ୍ଲୀ; ବିଜେପି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଉତ୍ତର ଜାମନଗରରୁ ପ୍ରାର୍ଥୀ କରିଛି। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯେଉଁ ତାଲିକାରେ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କ ନାଁ ରହିଛି । ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଦଳ ଉତ୍ତର ଜାମନଗର ଆସନରୁ ପ୍ରାର୍ଥୀ କରିଛି । ଏବେ ବିଧାୟକ ଥିବା ଧର୍ମେନ୍ଦ୍ର ସିଂ ଜାଡେଜାଙ୍କ ଟିକେଟ କାଟି ରିଭାବାଙ୍କୁ ଦଳ ଏହି ଆସନ ପାଇଁ ଟିକେଟ ଦେଇଛି।

ଏବେ ଉତ୍ତର ଜାମନଗରର ବିଧାୟକ ରହିଛନ୍ତି ଧର୍ମେନ୍ଦ୍ର ସିଂ ଜାଡେଜା । ୨୦୧୭ ବିଧାନସଭା ନିର୍ବାଚନରେ ଧର୍ମେନ୍ଦ୍ର ସିଂ ୪୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଏଠାରେ ପରାଜିତ କରିଥିଲେ । କିନ୍ତୁ ବିଜେପି ଧର୍ମେନ୍ଦ୍ର ସିଂଙ୍କ ଉପରେ ଭରସା କରିପାରିନାହିଁ । ରିଭାବାଙ୍କୁ ଏଠାରେ ନୂଆ ଚେହେରା ଭାବେ ବିଜେପି ସାମ୍ନାକୁ ଆଣିଛି ।

୨୦୧୯  ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ରିଭାବା । ମୂଳତଃ ରାଜକୋଟରେ ରହୁଥିବା ରିଭାବା ୨୦୧୬ରେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ । ତେବେ ବିଜେପିରେ ସାମିଲ ହେବା ପୂର୍ବରୁ ରିଭାବା ରାଜପୁତ ସମୁଦାୟର ସଙ୍ଗଠନ କରଣୀ ସେନାର ସଦସ୍ୟ ରହି ଆସିଛନ୍ତି । ତେବେ ବିଜେପିରେ ସାମିଲ ହେବା ପରେ ରିଭାବାଙ୍କୁ ଅନେକ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ।

ଆସନ୍ତା ଗୁଜୁରାଟ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବରେ ମନୋନୀତ ହୋଇଥିବାରୁ ଭାରତୀୟ କ୍ରିକେଟ୍ ତାରକା ରବିନ୍ଦ୍ର ଜାଡେଜା ଆଜି ପତ୍ନୀ ରିବାବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.