ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସର ସହକାରୀ ଯନ୍ତ୍ରୀ

0

ଭିଜିଲାନ୍ସ ଜାଲରେ ଫସିଲେ ମୟୂରଭଞ୍ଜ ଉଦଳା ଆରଡବ୍ଲୁଏସଏସର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ ଅନେକ ଗୁଡ଼ିଏ ପ୍ଲଟ୍ ଓ ଫ୍ଳାଟ ଠାବ ହୋଇଛି । ଭୁବନେଶ୍ବରର ୪ଟି, କେନ୍ଦ୍ରାପଡ଼ାର ୨ଟି ଓ ମୟୂରଭଞ୍ଜର ୨ଟି ସ୍ଥାନରେ ଚାଲିଛି ରେଡ୍। ଆଇଗିଣିଆ ଖାରବେଳ କମ୍ପେ୍ଲକ୍ସରେ ଥିବା ୩ ମହଲା କୋଠା, ପାତ୍ରପଡ଼ା ବ୍ଲୁ ହିଲ୍‌ ଟାୱାରର ଡି-ବ୍ଲକରେ ଥିବା ୪ ମହଲାରେ 2BHK ଫ୍ଲାଟ୍‌, ଖଣ୍ଡଗିରି ସପିଂ ପ୍ଲାଜାରେ ଥିବା ଦୁଇଟି ଦୋକାନ, ନୟାପଲ୍ଲୀ ତ୍ରିବେଣୀ ଅଟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍‌, କେନ୍ଦ୍ରାପଡ଼ା ଦାନପୁରରେ ଥିବା ପୈତୃକ ଘର, ଓସ୍ତପୁର କଂଶରାରେ ଥିବା ସମ୍ପର୍କୀୟଙ୍କ ଘର, ଉଦଳାରେ ଥିବା ଅଫିସ ଚାମ୍ବର ଓ କ୍ବାର୍ଟର୍ସରେ ଭିଜିଲାନ୍ସ ଛାନବିନ୍ କରୁଥିବା ଜଣାପଡିଛି ।

ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ସବଇନସ୍ପେକ୍ଟର, ଜଣେ ଇନସ୍ପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ ଅଛନ୍ତି । ଚଢ଼ାଉ ଶେଷ ହୋଇ ନ ଥିବାରୁ ମୋଟ ସମ୍ପତ୍ତିର ଆକଳନ ହୋଇପାରିନି। ଚଢ଼ାଉ ଶେଷ ହେବା ପରେ ଏ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.