ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସର ସହକାରୀ ଯନ୍ତ୍ରୀ

0

ଭିଜିଲାନ୍ସ ଜାଲରେ ଫସିଲେ ମୟୂରଭଞ୍ଜ ଉଦଳା ଆରଡବ୍ଲୁଏସଏସର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ ଅନେକ ଗୁଡ଼ିଏ ପ୍ଲଟ୍ ଓ ଫ୍ଳାଟ ଠାବ ହୋଇଛି । ଭୁବନେଶ୍ବରର ୪ଟି, କେନ୍ଦ୍ରାପଡ଼ାର ୨ଟି ଓ ମୟୂରଭଞ୍ଜର ୨ଟି ସ୍ଥାନରେ ଚାଲିଛି ରେଡ୍। ଆଇଗିଣିଆ ଖାରବେଳ କମ୍ପେ୍ଲକ୍ସରେ ଥିବା ୩ ମହଲା କୋଠା, ପାତ୍ରପଡ଼ା ବ୍ଲୁ ହିଲ୍‌ ଟାୱାରର ଡି-ବ୍ଲକରେ ଥିବା ୪ ମହଲାରେ 2BHK ଫ୍ଲାଟ୍‌, ଖଣ୍ଡଗିରି ସପିଂ ପ୍ଲାଜାରେ ଥିବା ଦୁଇଟି ଦୋକାନ, ନୟାପଲ୍ଲୀ ତ୍ରିବେଣୀ ଅଟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍‌, କେନ୍ଦ୍ରାପଡ଼ା ଦାନପୁରରେ ଥିବା ପୈତୃକ ଘର, ଓସ୍ତପୁର କଂଶରାରେ ଥିବା ସମ୍ପର୍କୀୟଙ୍କ ଘର, ଉଦଳାରେ ଥିବା ଅଫିସ ଚାମ୍ବର ଓ କ୍ବାର୍ଟର୍ସରେ ଭିଜିଲାନ୍ସ ଛାନବିନ୍ କରୁଥିବା ଜଣାପଡିଛି ।

ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ସବଇନସ୍ପେକ୍ଟର, ଜଣେ ଇନସ୍ପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ ଅଛନ୍ତି । ଚଢ଼ାଉ ଶେଷ ହୋଇ ନ ଥିବାରୁ ମୋଟ ସମ୍ପତ୍ତିର ଆକଳନ ହୋଇପାରିନି। ଚଢ଼ାଉ ଶେଷ ହେବା ପରେ ଏ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.