ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଆସନ୍ତାକାଲିଠୁ ଆରମ୍ଭ G-20 ଶିଖର ସମ୍ମିଳନୀ

0

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ G-20 ଶିଖର ସମ୍ମିଳନୀ । ନଭେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ବାଲିରେ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଭାରତ ସମେତ ବିଶ୍ବର ୨୦ ରାଷ୍ଟ୍ରର ପ୍ରତିନିଧି ସାମିଲ ହେବେ । ତେବେ ଏହି ସମ୍ମିଳନୀରେ ଯୋଗଦେବାକୁ ଆଜି ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର ୧୬ରେ ପ୍ରଧାନମନ୍ତ୍ରୀ ଆୟୋଜକ ଦେଶ ଇଣ୍ଡୋନେସିଆ ସହିତ ଏକ ସଭାରେ ଯୋଗଦେବେ । ଏହାସହ ବ୍ରିଟିଶ ପ୍ରତିପକ୍ଷ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଭାରତ ସହ ଆର୍ଜେଟିନା, ଅଷ୍ଟ୍ରେଲିୟା, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ ସମ୍ମିଳନୀରେ ଯୋଗଦେବେ । ସେହିପରି ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ସମେତ ୟୁରୋପିଓ ସଙ୍ଘ ଏଥିରେ ସାମିଲ ହେବେ । ସମ୍ମିଳନୀରେ ମୁଖ୍ୟତଃ ଖାଦ୍ୟ, ଶକ୍ତି, ନିରପତ୍ତା ପ୍ରସଙ୍ଗରେ ଆଲୋଚନା ହେବ । ଅନ୍ୟପଟେ ଆସନ୍ତାବର୍ଷ ବୈଠକ ପାଇଁ ଭାରତ ଆୟୋଜକ ଥିବା ବେଳେ ୨୦୨୩ ସେପ୍ଟେମ୍ବରରେ ହେବାକୁ ଥିବା ସମ୍ମିଳନୀରେ ସାମିଲ ହେବାକୁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ ମୋଦି ।

Leave A Reply

Your email address will not be published.