ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଆଜିଠୁ ଆରମ୍ଭ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍

0

କିୱି: କିୱି ମାଟିରେ ଆଜିଠାରୁ ମୁହାମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ । ଟି-୨୦ ସିରିଜରେ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାଗ୍ୟ ପରୀକ୍ଷା କରିବ ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ଦିଆଯାଇଛି । ହାର୍ଦ୍ଦିକଙ୍କୁ ମଧ୍ୟ ୨୦୨୪ ବିଶ୍ବକପ୍‌ରେ ଦଳର ନେତୃତ୍ବ ଭାର ପ୍ରଦାନ ଲାଗି ସ୍ବର ଉଠିଛି । ଏହି ଶୃଙ୍ଖଳାରେ ମଧ୍ୟ ବିଶ୍ବକପ୍‌ ଖେଳିଥିବା ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଦୀନେଶ କାର୍ତ୍ତିକ, ମହମ୍ମଦ ସାମି ଓ ଆର୍ ଅଶ୍ବିନ ପ୍ରମୁଖ ନାହାନ୍ତି । ଏମାନଙ୍କୁ ବିଶ୍ରାମ ଦିଆଯାଇଛି ।

ନୂଆ ଶୃଙ୍ଖଳା ଓ ନୂଆ ଦଳକୁ ନେଇ ଭାରତ ମଧ୍ୟ ୨୦୨୪ ସେପଟେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଏବେଠାରୁ ନିଜକୁ ପ୍ରସ୍ତୁତ କରୁଥିବା ଆଭାସ ଦେଇଛନ୍ତି କାମଚଳା ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ । ସେ କହିଛନ୍ତି ଯେ କେବଳ ଟ୍ବେଣ୍ଟି-୨୦ ସ୍ପେଶାଲିଷ୍ଟମାନଙ୍କୁ ଗୁରୁତ୍ବ ଦିଆଯାଇଛି । ଦଳ କିନ୍ତୁ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବ । ସମାନ ସମୟରେ ଭାରତ ମଧ୍ୟ କିଛି‌ ‌ଖେଳାଳିଙ୍କୁ ଆସନ୍ତା ୨୦୨୩ ଦିନିକିଆ ବିଶ୍ବକପ୍‌କୁ ନଜରରେ ରଖି ଖେଳାଇବ । ଅନ୍ୟପଟେ କେନ୍ ୱିଲିୟମ୍‌ସନଙ୍କ ଦଳ ଘରୋଇ ପରିବେଶରେ ନିଶ୍ଚିତ ଦାବିଦାର ରହିବ । ପ୍ରମୁଖ ଖେଳାଳିଙ୍କ ବିନା ଭାରତୀୟ ଦଳ କେତେ ଚାଲେଞ୍ଜ୍ ଦେଇପାରୁଛି କେବଳ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.