ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଇସ୍ରୋ ଲଞ୍ଚ କଲା ଦେଶର ପ୍ରଥମ ଘରୋଇ ରକେଟ୍

0

ଆନ୍ଧ୍ରପ୍ରଦେଶ: ଆଜି ସାରା ଭାରତବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ସଫଳତାର ସହ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ ହୋଇଛି । ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ଏହି ରକେଟ୍ ନିର୍ମାଣ କରିଛି । ସ୍କାଇରୁଟ୍ ଏରୋସ୍ପେସର ଏହା ପ୍ରଥମ ମିଶନ୍, ଯାହାର ନାମ ‘ପ୍ରାରମ୍ଭ’ ରଖାଯାଇଛି ।

ମିଶନ ସଫଳ ହୋଇଥିବାରୁ ସ୍କାଇରୁଟ୍ ଏରୋସ୍ପେସ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି । ତେବେ ଏହାକୁ ଏକ ନୂତନ ଯୁଗର ଆରମ୍ଭ ଭାବରେ ବିବେଚନା କରାଯାଉଛି । କାରଣ ୨୦୨୦ ମସିହାରେ ଘରୋଇ କ୍ଷେତ୍ର ପାଇଁ ମହାକାଶକୁ ଖୋଲାଯାଇଛି । ସ୍କାଇରୁଟ୍ ଏରୋସ୍ପେସ୍ ସିଇଓ ନାଗା ଭରତ ଡାକ କହିଛନ୍ତି ବିକ୍ରମ-ଏସ ରକେଟ ହେଉଛି ଏକ ସିଙ୍ଗିଲଷ୍ଟେଜ ସବ୍-ଅର୍ବିଟାଲ୍ ଲଞ୍ଚ ଯାନ । ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ବିକ୍ରମ ସାରଭାଇଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସ୍କାଇରୁଟର ଉତକ୍ଷେପଣ ଯାନଗୁଡ଼ିକର ନାମ ‘ବିକ୍ରମ’ ରଖାଯାଇଛି।

Leave A Reply

Your email address will not be published.