ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆମେରିକାର ୱାଲମାର୍ଟରେ ଗୁଳିକାଣ୍ଡ ଘଟି ୧୦ ମୃତ

0

ଆମେରିକା; ଆମେରିକାରେ ପୁଣି ଫୁଟିଲା ଗୁଳି। ଭର୍ଜିନିଆ ସ୍ଥିତି ଏକ ୱାଲମାର୍ଟ ଷ୍ଟୋର୍‌ରେ ଗୁଳିମାଡ ହେବାରୁ ଏଥିରେ ପାଖାପାଖି ୧୦ ଜଣଙ୍କର ଜୀବନ ଯାଇଥିବା ବେଳେ ଏଥିରେ ଅନେକ ଆହତ ହୋଇଛନ୍ତି । ଏଏଫ୍‌ପିର ରିପୋର୍ଟ ଅନୁଯାୟୀ, ଜଣେ ବନ୍ଧୁକଧାରୀ ମଙ୍ଗଳବାର ସନ୍ଧ୍ୟାରେ ଭର୍ଜିନିଆର ଏହି ୱାଲମାର୍ଟ ଷ୍ଟୋର୍‌ରେ ପସି ଭିଡ ଉପରେ ଆଖିବୁଜା ଗୁଳିମାଡ କରିଥିଲା।

ପୁଲିସର କହିବା ମୁତାବକ, ୱାଲ୍‌ମାର୍ଟରେ ଗୁଳିକାଣ୍ଡ ଘଟିବା ସଂକ୍ରାନ୍ତରେ ସେମାନେ ରାତି ପ୍ରାୟ ୧୦ଟା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକାଧିକ ଲୋକ ମୃତାହତ ହୋଇଥିବା କଥା ଷ୍ଟୋର୍ ଭିତରକୁ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ। ସେପଟେ ପୁଲିସ ଉକ୍ତ ସୁଟର୍‌କୁ ମଧ୍ୟ ଏନ୍‌କାଉଣ୍ଟର କରିଥିବା ଜଣାପଡିଛି। ଏହାହେଉଛି ଦେଶରେ ତିନି ଦିନ ମଧ୍ୟରେ ଦ୍ୱିତୀୟ ବଡଧରଣର ଗୁଳିକାଣ୍ଡ।

Leave A Reply

Your email address will not be published.