ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

୨୪ ରୁ ବଢିବ ଶୀତ ର ପ୍ରଭାବ

0

ଭୁବନେଶ୍ବର; ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ରହିଥିବା ଡିପ୍ରେଶନ ଏବେ ଦୁର୍ବଳ ହୋଇ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ରେ ସଦୃଶ ଲଘୁଚାପ ରୂପ ରେ ରହିଛି ଏବଂ ୨୪ ଘଣ୍ଟା ମଧ୍ୟରେ ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଆହୁରି ଦୂର୍ବଳ ହୋଇଯିବ ।

ଆସନ୍ତା ୨୪ ଘଣ୍ଟା ଯାଏଁ ରାତି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବନାହିଁ କିନ୍ତୁ ଆସନ୍ତା କାଲି ରାତି ରୁ ରାତି ତାପମାତ୍ରା ରାଜ୍ୟର ଅଧିକାଂଶ ଅଞ୍ଚଳ ରେ ସ୍ଵାଭାବିକ ଠାରୁ ୨-୩°ସି ଯାଏଁ କମିବାକୁ ଲାଗିବ। ତେଣୁ ପୁଣି ଶୀତ ଅନୁଭୂତ ହେବ। ୨୪ ତାରିଖ ଠାରୁ ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ୩-୪°ସିଯାଏଁ କମିବାର ସମ୍ଭାବନା ରହିଥିବା ହେତୁ ଅଧିକ ଶୀତ ଅନୁଭୂତ ହେବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା ରହିଛି । ଏହା ପରେ ରାଜ୍ୟ ରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ପୂର୍ବାନୁମାନ-ସାର୍ଥକ ମିଶ୍ର

Leave A Reply

Your email address will not be published.