ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସ୍ମାର୍ଟ ଫୋନ୍ ବ୍ୟବହାର ନେଇ ଲାଗିଲା କଟକଣା

0

ପୁରୀ; ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ବ୍ୟବହାର ନେଇ ଲାଗିଲା କଟକଣା । ଏଣିକି ଜଗନ୍ନାଥଙ୍କ ମନ୍ଦିର ଭିତରକୁ ପୁଲିସ କର୍ମଚାରୀ ସ୍ମାର୍ଟ ଫୋନ ନେଇ ଯାଇପାରିବେ ନାହିଁ । ଏନେଇ ପୁରୀ ଏସପି କଡ଼ା ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ, ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଥିବା ବେଳେ ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତକାଳୀନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।

ତେବେ ଆଜିଠାରୁ ଶ୍ରୀମନ୍ଦିରରେ କର୍ତ୍ତବ୍ୟରତ ପୁଲିସଙ୍କ ସ୍ମାର୍ଟଫୋନ ବ୍ୟବହାର ଉପରେ କଟକଣା ଲାଗିଛି । ସୂଚନା ଅନୁଯାୟୀ, ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରେ ମାଳମାଳ ସ୍ମାର୍ଟ ଫୋନ ପ୍ରବେଶକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସ୍ମାର୍ଟ ଫୋନର ବ୍ୟବହାର ଯୋଗୁଁ ପୁଲିସ କର୍ମୀମାନେ ଡ୍ୟୁଟିରେ ଖିଲାପ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେଣୁ ପୁରୀ ଏସପିଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ଭିତରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିଛି।

Leave A Reply

Your email address will not be published.