ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବ୍ରିଟେନରେ ଏସୀୟ ଧନୀ ତାଲିକାର ୧୭ତମ ସ୍ଥାନରେ ଋଷି ସୁନକ

0

ନୂଆଦିଲ୍ଲୀ; ଦିନକୁ ଦିନ ବଢିବାରେ ଲାଗିଛି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଧବ ଋଷି ସୁନକଙ୍କ ସମ୍ପତ୍ତି । ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି । ତାଲିକାରେ ସୁନକ ଦମ୍ପତ୍ତି ୧୭ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ଅଛନ୍ତି ହିନ୍ଦୁଜା ପରିବାର । ସୁନକ ଦମ୍ପତି ୭୯୦ ମିଲିୟନ ପାଉଣ୍ଡ ଅର୍ଥାତ୍ ପାଖାପାଖି ୭୮୧୧ କୋଟି ୩୯ ଲକ୍ଷ ୨୦ ହଜାର ୨୦୦ ଟଙ୍କାର ଆନୁମାନିକ ସଂପତ୍ତି ସହ ଏହି ତାଲିକାରେ ରହିଛନ୍ତି । ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ୩୦.୫ ବିଲିୟନ ପାଉଣ୍ଡ ସହ ହିନ୍ଦୁଜା ପରିବାର ଲଗାତାର ଅଷ୍ଟମ ଥର ଶୀର୍ଷରେ ଅଛନ୍ତି । ଗତ ବର୍ଷ ତୁଳନାରେ ଏଥର ହିନ୍ଦୁଜା ପରିବାରଙ୍କ ସଂପତ୍ତିରେ ୩ ବିଲିୟନ ପାଉଣ୍ଡ ବୃଦ୍ଧି ଘଟିଛି । ଚଳିତ ବର୍ଷ ଏସୀୟ ଧନୀ ତାଲିକାରେ ୟୁକେର ୧୬ କୋଟିପତି ସାମିଲ୍, ଯାହା ଗତ ତୁଳନାରେ ଜଣେ ଅଧିକ ।

ସୂଚନାଯୋଗ୍ୟ, ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ । ରାଜନୀତିକୁ ଆସିବା ପୂର୍ବରୁ ଋଷି ସୁନକ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ନିବେଶ ବ୍ୟାଙ୍କ, ଗୋଲ୍ଡମ୍ୟାନ ସେକ୍ସର ବିଶ୍ଳେଷକ ଥିଲେ । ଏତଦବ୍ୟତୀତ ଋଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ହେଉଛନ୍ତି ଭାରତୀୟ ଆଇଟି କମ୍ପାନି ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ । ଚଳିତ ବର୍ଷ ତାଲିକାରେ ସାମିଲ୍ ଏସୀୟ ଧନୀ ବ୍ୟକ୍ତିଙ୍କ ମୋଟ୍ ସଂପତ୍ତିର ପରିମାଣ ୧୧୩.୨ ବିଲିୟନ ପାଉଣ୍ଡ, ଯାହା ଗତ ବର୍ଷ ତୁଳନାରେ ୧୩.୫ ବିଲିୟନ ପାଉଣ୍ଡ ଅଧିକ ରହିଛି।

Leave A Reply

Your email address will not be published.