ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଏଣିକି ଏଟିଏମ୍ରୁ ବାହାରିବ ସୁନା

0

ହାଇଦ୍ରାବାଦ; ଏଣିକି ATMରୁ କେବଳ କ୍ୟାସ୍ ନୁହେଁ, ବାହାରିବ ସୁନା । ଭାରତରେ ଖୋଲିଲା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଟ ଏଟିଏମ୍ । ଭାରତର ହାଇଦ୍ରାବାଦର ପ୍ରକାଶ ନଗର ମେଟ୍ରୋ ଷ୍ଟେସନ ବେଗମପେଟରେ ଖୋଲିଛି ଏହି ଏଟିଏମ୍ । ତେବେ ହାଇଦ୍ରାବାଦରେ ଖୋଲିଥିବା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଡ ଏଟିଏମରୁ ଆପଣମାନେ ସୁନାର ସିକ୍କା କାଢ଼ି ପାରିବେ । ଏହି ଏଟିଏମକୁ ସୁନା କ୍ରୟ-ବିକ୍ରୟ କରୁଥିବା ଗୋଲ୍ଡ ସିକ୍କା କମ୍ପାନୀ ସ୍ଥାପନ କରିଛି । ଏହି ଏଟିଏମରୁ ୦.୫ ଗ୍ରାମରୁ ଆରମ୍ଭ କରି ୧୦୦ ଗ୍ରାମ ପର୍ଯ୍ୟନ୍ତ ସିକ୍କା କାଢ଼ି ହେବ । ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରି ଏହି ATM ରୁ ସୁନା ପ୍ରତ୍ୟାହାର କରାଯାଇପାରିବ ।

ଏହି ପ୍ରୟାସରେ ଜନସାଧାରଣ ସୁନାରେ ଅଧିକ ନିବେଶ କରିବାକୁ ଆକୃଷ୍ଟ ହେବେ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି । ସୂଚନାନୁସାରେ, ଗୋଲ୍ଡ କଏନ୍ କମ୍ପାନୀ ଦାବି କରିଛି ଯେ ଏହା ହେଉଛି ବିଶ୍ୱର ପ୍ରଥମ ରିଅଲ୍ ଟାଇମ୍ ସୁନା ଏଟିଏମ୍ । ଏହି ଗୋଲ୍ଡ ଏଟିଏମରେ ସୁନାର ମୂଲ୍ୟ ଲାଇଭ୍ ଅପଡେଟ୍ ଜାରି ରହିବ ।

ଚଳିତ ମାସ ପହିଲାରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖି ୫୪,୬୪୦ ଟଙ୍କାରେ ପହଞ୍ଚି ଯାଇଛି । ଏହାପରେ ସୁନାର ଚାହିଦା ବଢ଼ିବାରେ ଲାଗିଛି । ଗ୍ରାହକଙ୍କୁ ୨୪ ଘଣ୍ଟିଆ ସୁନା କିଣିବା ନେଇ ସୁବିଧା ପ୍ରଦାନ କରିବା ହେଉଛି ଏହି ଗୋଲ୍ଡ ଏଟିଏମର ଉଦ୍ଦେଶ୍ୟ । ଏହି ଏଟିଏମରୁ ଗ୍ରାହକଙ୍କୁ ଶୁଦ୍ଧ ସୁନା ମିଳିବା ସହ ସିକ୍କାଗୁଡ଼ିକ ୨୪ କ୍ୟାରେଟ ବିଶିଷ୍ଟ ହେବ । କୌଣସି ବ୍ୟକ୍ତି ୦.୫ ଗ୍ରାମରୁ କମ୍ ବା ୧୦୦ ଗ୍ରାମରୁ ଅଧିକ ସୁନା କିଣିପାରିବେ ନାହିଁ

Leave A Reply

Your email address will not be published.