ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଭୂକମ୍ପରେ ଥରିଲା ବଙ୍ଗୋପସାଗର

0

ବାଂଲାଦେଶ; ବଙ୍ଗୋପସାଗରରେ ଭୂମିକମ୍ପ । ଆଜି ସକାଳେ ବଙ୍ଗୋପସାଗରରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ୫.୧ ତୀବ୍ରତା ଭୂକମ୍ପରେ ଥରିଲା ବାଂଲାଦେଶର ଢାକା । ଆଜି ସକାଳ ୮ଟା ୩୨ ମିନିଟରେ ଢାକା ସହ ବାଲାଂଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି । ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି ପକ୍ଷରୁ ଏହି ସୂଚନା ମିଳିଛି।

ତେବେ ଏହି ଭୂକମ୍ପ କେନ୍ଦ୍ରସ୍ଥଳୀ ଥିଲା ବଙ୍ଗୋପସାଗର । ପୁରୀରୁ ୪୨୧ କିଲୋମିଟର ପୂର୍ବ ଓ ଭୁବନେଶ୍ୱରରୁ ୪୩୪ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ସେହିପରି ପଶ୍ଚିମବଙ୍ଗର ହଳଦିଆରୁ ୩୭୦ କିଲୋମିଟର ଦୂର ଦକ୍ଷିଣ ଦକ୍ଷିଣ ପୂର୍ବ, କୋଲକାତାରୁ ୪୦୯ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଥିଲା ଭୂକମ୍ପର ଉତ୍ପତ୍ତିସ୍ଥଳ । ତ୍ରିପୁରାର ବେଲୋନିଆରୁ ୪୮୯ କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମରେ କେନ୍ଦ୍ରସ୍ଥଳୀ ରହିଥିଲା । ଏହା ବଙ୍ଗୋପସାଗରର ଭୂଗର୍ଭର ୧୦ କିଲୋମିଟର୍‌ ଆଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ଏହାର ପ୍ରଭାବ ଆଜି ବାଂଲାଦେଶର ଢାକା ଏବଂ ଦେଶର ଅନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି । ଆଜି ସକାଳ ୯ଟା ୫ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଆମେରିକାର ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ । ସେହିପରି ଭୂକମ୍ପ ଯୋଗୁ ସୁନାମି ଭୟ ଅଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ସୂଚନା ଜଣାପଡ଼ି ନାହିଁ।

Leave A Reply

Your email address will not be published.