ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହ୍ୟାକରଙ୍କ ଟାର୍ଗେଟରେ ଆଇସିଏମଆର

0

ନୂଆଦିଲ୍ଲୀ; ଦିନକୁ ଦିନ ବଢୁଛି ହ୍ୟାକରଙ୍କ ଦୌରାତ୍ମ୍ୟ । ପୂର୍ବରୁ ଦିଲ୍ଲୀ ଏମ୍ସ, ପରେ ଜଳଶକ୍ତି ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ଆଉ ଏବେ ଆଇସିଏମଆର ଓ୍ବେବସାଇଟ୍ ଉପରେ ଆଟାକ କରିଛନ୍ତି ହ୍ୟାକର । ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକକୁ କିଛିଦିନ ବିତିଯାଇଛି, ହେଲେ ଏବେ ବି ସମ୍ପୂର୍ଣ୍ଣ ଭାବେ ତାହା ସଚଳ ହୋଇ ପାରିନାହିଁ । ଏହାରି ମଧ୍ୟରେ ହ୍ୟାକର ଆଉ ଏକ ସରକାରୀ ସଂସ୍ଥାକୁ ଟାର୍ଗେଟ କରିଛନ୍ତି ।

ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR)ର ୱେବସାଇଟ୍ ଉପରେ ସାଇବର ଆଟାକ୍ ହୋଇଛି । ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ସରକାରୀ ଅଧିକାରୀ କହିଛନ୍ତି, ୩୦ ନଭେମ୍ବରରେ ସାଇବର ହ୍ୟାକର୍ସ ୨୪ ଘଣ୍ଟା ଅବଧିରେ ଆଇସିଏମଆର୍ ର ୱେବସାଇଟ୍ ଉପରେ ୬ହଜାରରୁ ଅଧିକ ଥର ଆଟାକ୍ କରିବାକୁ ଉଦ୍ୟମ କରିଛନ୍ତି ହ୍ୟାକର । ଅଧିକାରୀ କହିଛନ୍ତି, ସାଇବର୍ ଆଟାକ୍ ଷଡଯନ୍ତ୍ର କରୁଥିବା ହ୍ୟାକର୍ସ ହ୍ୟାକ କରିବାରେ ସଫଳ ହୋଇପାରି ନାହାନ୍ତି । ତାଙ୍କୁ ଅଟକାଇ ଦିଆଯାଇଥିଲା । ଆମେ ଆମର ଟିମକୁ ଏହି ସମ୍ପର୍କରେ ଆଲର୍ଟ ମଧ୍ୟ କରିଦେଇଛୁ । ଯଦି ଫାୟାରବଲରେ କିଛି ତ୍ରୁଟି ରହିଥାନ୍ତା, ତେବେ ଆକ୍ରମଣକାରୀ ୱେବସାଇଟର ସୁରକ୍ଷାରେ ଘାତ ଲଗାଇବାରେ ସଫଳ ହୋଇଥାନ୍ତେ ।

ସରକାରୀ ସଂଗଠନର ଅପରେଟିଂ ସିଷ୍ଟମର ସୁରକ୍ଷା ପ୍ୟାଚକୁ ଅପଡେଟ କରାଇବାର ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଅଧିକାରୀଙ୍କ ସୂଚନା ଅନୁଯାୟୀ ୨୦୨୦ରୁ ସ୍ୱାସ୍ଥ୍ୟ ସଂଗଠନର ବେୱସାଇଟ ଉପରେ ଆକ୍ରମଣ ବଢ଼ିଯାଇଛି ।ଆଇସିଏମଆର୍ ୱେବସାଇଟ୍ ଉପରେ ଆକ୍ରମଣର ସିରିଜ୍ ହଙ୍ଗକଙ୍ଗ ସ୍ଥିତ ବ୍ଲାକ୍ ଲିଷ୍ଟେଡ ଆଇପି ଆଡ୍ରେସ ୧୦୧.୧୫୨.୨୨୦.୧୩୩ ସହ କରାଯାଇଛି ।

Leave A Reply

Your email address will not be published.