ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଏଣିକି ମହଙ୍ଗା ହେବ ଋଣ

0

ନୂଆଦିଲ୍ଲୀ; ପୁଣି ବଢିଲା ରେପୋ ରେଟ୍‌ । ଲଗାତାର ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଚଳିତ ବର୍ଷ ରେପୋ ରେଟ୍‌ ବୃଦ୍ଧି କରିଛି । ଲଗାତାର ତିନି ଥର ରେପୋ ରେଟ୍ ୫୦ ବେସିସ୍ ପଏଂଟ ବଢିବା ପରେ ଏଥର ୩୫ ବେସିସ୍ ପଏଂଟ ବଢାଇଛି ଭାରତୀୟ ରଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୦.୩୫% ବୃଦ୍ଧି ହୋଇଛି । ଫଳରେ ରେପୋ ରେଟ୍‌ ୫.୯୦% ରୁ ୬.୨୫%କୁ ବୃଦ୍ଧି ପାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ଆରବିଆଇ ପକ୍ଷରୁ କୁହାଯାଇଛି କି ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏମ୍‌ପିସି ବୈଠକ ପରେ ଆରବିଆଇ ଗଭର୍ଣ୍ଣର ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଅନ୍ୟପକ୍ଷେ, ପୁଣି ରେପୋ ରେଟ୍‌ ବୃଦ୍ଧି ପରେ ଜନତାଙ୍କୁ ଝଟ୍‌କା ଲାଗିଛି । ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ । ୩୫ ପଏଂଟ୍ ରେପୋ ରେଟ୍ ତଥା ସୁଧ ହାର ବଢିବା ପରେ ହୋମ୍‌ ଲୋନ୍‌, ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ । ଏହାସହ ଏଣିକି ଅଧିକ ଇଏମଆଇ ଦେବାକୁ ମଧ୍ୟ ପଡ଼ିବ । ୩୫ ପଏଂଟ୍ ରେପୋ ରେଟ୍ ତଥା ସୁଧ ହାର ବଢିବା ପରେ ଏବେ ୬ ଦଶମିକ୍ ୨୫ ପ୍ରତିଶତ ଛୁଇଁଛି ସୁଧ ହାର । ଦେଶରେ ମୁଦ୍ରାସ୍ଫୀତି ହାରକୁ ୬% ଧାର୍ଯ୍ୟଠୁ କମ୍ କରିବା ଲକ୍ଷ୍ୟ ରହିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୯% କରିଥିଲା। ସେହିଭଳି, ନିୟମିତ ‘ମନିଟାରି ପଲିସି ରିଭ୍ୟୁ’ ବାହାରେ ମଧ୍ୟ ଗତ ଅଗଷ୍ଟ ମାସରେ ‘ରେପୋ ରେଟ୍‌’ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୪% କରିଥିଲା।

Leave A Reply

Your email address will not be published.