ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଭୀର ବୋରେୱେଲ ଭିତରେ ୮ ବର୍ଷର ବାଳକ

0

ମଧ୍ୟପ୍ରଦେଶ; ରାହୁଲ ଘଟଣାର ପୁନରାବୃତ୍ତି। ପୁଣି ଗଭୀର ବୋରେୱେଲ ଭିତରେ ଖସିପଡ଼ିଛି ଏକ ୮ ବର୍ଷର ବାଳକ । ପ୍ରାୟ ୪୦୦ ଫୁଟ ଗଭୀର ରହିଛି ବୋରେଓ୍ୱଲଟି କିନ୍ତୁ ପିଲାଟି ୬୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଏହି ଅଭାବନୀୟ ଘଟଣାଟି ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଘଟିଛି । ଖବର ଅନୁଯାୟୀ ମାଣ୍ଡଭି ଗାଁର ୮ ବର୍ଷର ବାଳକ ତନ୍ମୟ ସାହୁ ମଙ୍ଗଳବାର ଅପରାହ୍ନରେ କ୍ଷେତରେ ଖେଳୁଥିବା ବେଳେ ବୋରେୱେଲ ଭିତରେ ଅଚାନକ ଖସିପଡିଥିଲା। ତନ୍ମୟ ବୋରେୱେଲରେ ଖସିପଡିଥିବା ଜଣାପଡିବା ପରେ ଆରମ୍ଭ ହୋଇଛି ଅପରେସନ୍। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ବୋରେୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି।ବୋରେୱେଲ ସହ ସମାନ୍ତରାଳ ଭାବେ ବୋଲଡୋଜର, ଜେସିବି ସହାୟତାରେ ଦୁଇଟି ଗାତ ଖୋଳାଚାଲିଛି । ଏଥିସହିତ
ବୋରୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି। ଏହା ପୂର୍ବରୁ ଏମିତି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା ଛତିଶଗଡରେ । ଜାଞ୍ଜିଗିର ଚମ୍ପା ଜିଲ୍ଲାରେ ରାହୁଲ ନାମକ ଏକ ୧୧ ବର୍ଷର ଦିବ୍ୟାଙ୍ଗ ବାଳକ ଖସିପଡିଥିଲା । ୮୦ ଫୁଟ ଗଭୀର ବୋରୱେଲ ଭିତରେ ଦୀର୍ଘ ଶହେ ଘଣ୍ଟାରୁ ଅଧିକ ସମୟ ପରେ ସୁରକ୍ଷିତ ଉଦ୍ଧାର ହୋଇଥିଲା ରାହୁଲ।

Leave A Reply

Your email address will not be published.