ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ବାଜି ମାରିନେଲା କେଜ୍ରଓ୍ବାଲଙ୍କ ‘ଝାଡୁ’

0

ନୂଆଦିଲ୍ଲୀ; ୧୫ ବର୍ଷ ପରେ କ୍ଷମତାରୁ ବିଦା ହେଲା ବିଜେପି । ଏମ୍‌ସିଡିରେ ବାଜି ମାରିନେଲା ଅରବିନ୍ଦ କେଜ୍ରଓ୍ବାଲଙ୍କ ଝାଡୁ । ଦିଲ୍ଲୀ ଏମ୍‌ସିଡି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ଆପ୍‌ । ବିପୁଳ ଜନମତ ସହ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍‌ ଦଖଲ କରିଛି ଆମ୍‌ ଆଦମୀ ପାର୍ଟି । ବିଜେପିର ୧୫ ବର୍ଷର ରାଜ ଉପରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆପ୍ ଏବେ ବିରାମ ଲଗାଇଛି । ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ ୱାର୍ଡରେ ବିଜୟୀ ହୋଇଛି। କଂଗ୍ରେସ ମାତ୍ର ୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ୪ଟି ସ୍ଥାନରେ ବାଜିମାତ କରିଛନ୍ତି। ଆପ୍‌ ଓ ବିଜେପି ମଧ୍ୟରେ ଏମସିଡି ନିର୍ବାଚନ ସମ୍ମାନର ଲଢ଼େଇ ଥିଲା । ଆପ୍‌ ଓ ବିଜେପି ମଧ୍ୟରେ ଏମସିଡି ନିର୍ବାଚନ ସମ୍ମାନର ଲଢ଼େଇ ଥିଲା।

ସୂଚନା ଅନୁଯାୟୀ, ୨୦୧୭ ଏମସିଡି ନିର୍ବାଚନରେ ବିଜେପି ୨୭୨ଟି ଆସନରୁ ୧୮୧ଟିରେ ଜିତିଥିଲା। ଆପ୍‌ ୪୮ଟି ଓ କଂଗ୍ରେସ ମାତ୍ର ୩୦ଟିରେ ଜିତିଥିଲା। ୨୦୧୫ରେ ଆପ୍‌ ଦିଲ୍ଲୀ ବିଧାନସଭା ନିର୍ବାଚନରେ ରେକର୍ଡ ୭୦ଟି ଆସନରୁ ୬୭ରେ ଜିତିଥିଲା। ତଥାପି ବିଜେପି ୨୦୧୭ରେ ଏମସିଡି ନିର୍ବାଚନ ଜିତି ଆପ୍‌କୁ ଶକ୍ତ ଝଟକା ଦେଇଥିଲା। ଏମସିଡି ନିର୍ବାଚନରେ ବିଜେପି କ୍ରମାଗତ ଭାବେ ଜିତି ଆସୁଥିଲେ ବି ଏଥର ସ୍ଥିତି ବଦଳିଛି। ଆପ୍‌ ୧୩୪ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ଏହି ବିଜୟ ପରେ ଆପ୍‌ କର୍ମୀ ଓ ନେତାମାନେ ଦଳୀୟ ମୁଖ୍ୟାଳୟରେ ଏକାଠି ହୋଇ ସେଲିବ୍ରେସନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ମଧ୍ୟ ଦଳୀୟ ମୁଖ୍ୟାଳୟରେ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.