ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଲ୍ୟାଣ୍ଡଫଲ କଲା ବାତ୍ୟା ‘ମାଣ୍ଡୋସ୍’

0

ତାମିଲନାଡୁ; ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛିବାତ୍ୟା ମାଣ୍ଡୋସ୍ । ମଧ୍ୟରାତ୍ରୀରେ ଚେନ୍ନାଇ ତାମିଲନାଡୁର ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ସାମୁଦ୍ରିକ ଝଡ ମେଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ।

ଏହାର ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ଭୀଷଣ ବର୍ଷା ସହ ଜୋରରେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ଉତର-ତାମିଲନାଡୁ ଓ ଦକ୍ଷିଣଆନ୍ଧ୍ରପ୍ରଦେଶର ଉପକୁଳ ଜିଲ୍ଲାଗୁଡିକରେ ମୁଶଳ ଧାରରେ ବର୍ଷା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ଦିନ ସାଢ଼େ ୧୧ଟାରୁ ଏହା ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ସାମୁଦ୍ରିକ ଝଡକୁ ଆଖିରେ ରଖି ତାମିଲନାଡୁ, ପୁଡୁଚେରି ଓ ଆନ୍ଧ୍ରପ୍ରଦେଶରେ ରେଡ ଅଲର୍ଟ ଜାରି କରାଯାଇଛି । ଏହି ସବୁ ରାଜ୍ୟର ଉପକୂଳବର୍ତି ଜିଲ୍ଲାଗୁଡିକରେ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ପବନରେ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିବାବେଳେ କଚ୍ଚା ଘର ଉଡ଼ିଯାଇଛି । ବିଭିନ୍ନସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଚେନ୍ନାଇରେ ପ୍ରାୟ ୨୦୦ ଗଛ ଉପୁଡ଼ି ପଡ଼ିଛି ଓ ସହରର ରାସ୍ତାଘାଟରେ ପାଣି ଜମିଛି । ପ୍ରଶାସନ ଆଗୁଆ ପଦ‌କ୍ଷେପ ଗ୍ରହଣ କରିଥିବାରୁ ବଡ଼ ବିପତ୍ତି ଟଳିଯାଇଥିବା ଜଣାପଡ଼ିଛି।

ତେବେ ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ କରାଯାଇଛି । ୧୫ଟି ବିମାନକୁ ବାତିଲ କରିଦିଆଯାଇଛି । ଏନଡିଆରଏଫ ଓ ନୌସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ନିମନ୍ତେ ପ୍ରାୟ ୧୬,୦୦୦ ପୁଲିସ କର୍ମଚାରୀ, ୧୫୦୦ ହୋମ୍‌ଗାର୍ଡ, ‘ଏସ୍‌ଡିଆର୍‌ଏଫ୍‌’ର ୪୦ଜଣିଆ ଟିମ୍‌ ଓ ‘ଡିଡିଆର୍‌ଏଫ୍‌’ର ୧୨ଟି ଟିମ୍‌ ମୁତୟନ କରାଯାଇଥିଲା ବୋଲି ପୁଲିସ କହିଛି।

Leave A Reply

Your email address will not be published.