ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଓକିଲଙ୍କ ଆନ୍ଦୋଳନକୁ ନେଇ ଅଦାଲତରେ ହାଜର ହେଲେ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି

0

ସମ୍ବଲପୁର: ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସମ୍ବଲପୁର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ କୁ ନେଇ ଆଜ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନ୍‌ଫରେନ୍ସିରେ ଅଦାଲତରେ ହାଜର ହୋଇଛନ୍ତି। କେତେ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଛି ତାହା ଜଣାଇବା ଲାଗି ବାର୍ କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲା କୋର୍ଟ । ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଭିସିରେ ହାଜର ହୋଇ ପକ୍ଷ ରଖିଛନ୍ତି ଡିଜିପି ଓ ସମ୍ବଲପୁର ଏସପି ।

ସୂଚନାଯୋଗ୍ୟ; ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନାକୁ ନେଇ ଓକିଲ ସଂଘର ଆନ୍ଦୋଳନ ଓ କୋର୍ଟ ଭିତରେ ଧସେଇ ପଶି ଭଙ୍ଗାରୁଜା ଘଟଣାରେ ୧୭ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୋଲିସ । କୋର୍ଟ ଅଞ୍ଚଳରେ ଲଗାଯାଇଛି ୧୪୪ ଧାରା । ନଭେମ୍ବର ୩୦ ତାରିଖରେ ସମ୍ବଲପୁର ଥାନାରେ ଦାୟର ହୋଇଥିବା ମାମଲା ଅନୁସାରେ ୪୩ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଛି ବାର କାଉନସିଲ ଅଫ ଇଣ୍ଡିଆ। ୧୮ ମାସ ପର୍ଯ୍ୟନ୍ତ ଏମାନେ ଓକିଲାତି କରିପାରିବେ ନାହିଁ। ୧୬ ଜଣ ଓକିଲଙ୍କୁ ଗିରଫ ମଧ୍ୟ କରିଛି ପୁଲିସ।  ସେମାନେ ଏବେ ହାଜତରେ ଅଛନ୍ତି।

Leave A Reply

Your email address will not be published.