ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଦିଲ୍ଲୀ ଏମସ୍‌ ସର୍ଭର ହ୍ୟାକ କଲା ଚୀନ

0

ନୂଆଦିଲ୍ଲୀ; ସୀମାରେ ଦାଦାଗିରି ଦେଖାଇବା ପରେ ଏବେ ସାଇବର ଆକ୍ରମଣ କରିଛି ଚୀନ। ଚାଇନା ଦିଲ୍ଲୀ ଏମସ୍‌ର ସର୍ଭରକୁ ହ୍ୟାକ କରିଥିବା ସକରାରୀ ସୂତ୍ରରୁ ଜଣାପଡ଼ିଛି। ପାଖାପାଖି ୧୦୦ଟି ସର୍ଭରରେ ଚାଇନା ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ତେବେ ଠିକ୍ ସମୟରେ ଅଧିକାରୀମାନେ ସଜାଗ ହେବାରୁ ଏହି ବିପଦକୁ ଏଡ଼ାଇ ଦିଆଯାଇ ପାରିଛି । ତଥାପି ଲକ୍ଷାଧିକ ରୋଗୀଙ୍କ ତଥ୍ୟକୁ ଗାଏବ କରାଯାଇଥିବା ସୂଚନା ମିଳିଛି ।

ଆଇଏଫ୍‌ଏସ୍‌ଓ ଅନୁଯାୟୀ ହ୍ୟାକିଂ ସମୟରେ ବ୍ୟକ୍ତିଗତ ଡାଟା ମଧ୍ୟ ଲିକ୍‌ ହୋଇଥିଲା। ଏହି ଡାଟା ଡାର୍କ ୱେବ୍‌ର ମୁଖ୍ୟ ଡୋମେନ୍‌ ରେ ଥିବାର ସମ୍ଭାବନା ରହିଛି । ଏହି ତଥ୍ୟରେ ଭାରତର ଭିଭିଆଇପିଙ୍କ ସହିତ ଲକ୍ଷ ଲକ୍ଷ ଲୋକଙ୍କ ଗୋପନୀୟ ଡାଟା ଲିକ୍‌ ହୋଇଥିବା ଆଶଙ୍କା କରାଯାଉଛି। ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପଛରେ ଚୀନ୍‌ର ୨ ରାନ୍‌ସମ୍‌ୱାର ଗୋଷ୍ଠୀ ସମ୍ରାଟ ଡ୍ରାଗନଫ୍ଲାଇ ଏବଂ ବ୍ରାଞ୍ଜ ଷ୍ଟାରଲାଇଟର ହାତ ଥିବାର ଆଶଙ୍କା କରାଯାଉଛି। ସେହିପରି ‘ଲାଇଫ’ ନାମକ ଅନ୍ୟ ଏକ ଗୋଷ୍ଠୀ ଉପରେ ମଧ୍ୟ ସନ୍ଦେହ ରହିଛି।

Leave A Reply

Your email address will not be published.