ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ହାତୀ ପୋଡ଼ି ଘଟଣାରେ ବନ୍ଧା ହେଲେ ୩ ବନ କର୍ମଚାରୀ

0

ମୟୁରଭଞ୍ଜ; ମୟୂରଭଞ୍ଜ ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣାରେ ହାଇକୋର୍ଟଙ୍କ ଭର୍ତ୍ସନାପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ନିଲମ୍ବନ ପରେ ବନ୍ଧା ହେଲେ ୩ ଜଣ ବନ କର୍ମଚାରୀ । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଞ୍ଜ ଇନଚାର୍ଯ୍ୟ ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସ ।

ସୂଚନା ଅନୁଯାୟୀ ଗତ ୧୦ ତାରିଖରେ ଶିମିଳିପାଳର ନଅଣା ରେଞ୍ଜରୁ ଏକ ହାତୀର ଜୀବାଶ୍ମ ଉଦ୍ଧାର ହୋଇଥିଲା। ଶିକାରୀଙ୍କ ହାତରେ ପ୍ରାଣ ହରାଇଥିବା ଏହି ଦନ୍ତାକୁ ଅଭିଯୁକ୍ତ ବନ କର୍ମଚାରୀମାନେ ପୋଡ଼ି ହାଡ଼ ଆଦିକୁ ନଦୀରେ ଭସାଇ ଦେଇଥିଲେ। ଏହା ପ୍ରାୟ ମାସେ ପୂର୍ବର ଘଟଣା ହୋଇଥିବା ବେଳେ ଗତ ୧୦ ତାରିଖରେ ଏହା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣା ଘଟିଥିବା ନେଇ ସୁରାକ୍ ମିଳିଥିଲା ।

କାର୍ଯ୍ୟାନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଥିଲା ।ହାତୀକୁ ପୋଡ଼ିବା ପରେ ରହି ଯାଇଥିବା ଦେହାବଶେଷକୁ ନିକଟରେ ଥିବା ଏକ ଜଳ ପ୍ରପାତରେ ପକାଇଥିଲେ । ଏହି ଖବର ଜଣାପଡିବା ପରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ ।

Leave A Reply

Your email address will not be published.