ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଓକିଲଙ୍କ ଆନ୍ଦୋଳନକୁ ନେଇ ଅଦାଲତରେ ହାଜର ହେଲେ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି

0

ସମ୍ବଲପୁର: ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସମ୍ବଲପୁର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ କୁ ନେଇ ଆଜ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନ୍‌ଫରେନ୍ସିରେ ଅଦାଲତରେ ହାଜର ହୋଇଛନ୍ତି। କେତେ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଛି ତାହା ଜଣାଇବା ଲାଗି ବାର୍ କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲା କୋର୍ଟ । ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଭିସିରେ ହାଜର ହୋଇ ପକ୍ଷ ରଖିଛନ୍ତି ଡିଜିପି ଓ ସମ୍ବଲପୁର ଏସପି ।

ସୂଚନାଯୋଗ୍ୟ; ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନାକୁ ନେଇ ଓକିଲ ସଂଘର ଆନ୍ଦୋଳନ ଓ କୋର୍ଟ ଭିତରେ ଧସେଇ ପଶି ଭଙ୍ଗାରୁଜା ଘଟଣାରେ ୧୭ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୋଲିସ । କୋର୍ଟ ଅଞ୍ଚଳରେ ଲଗାଯାଇଛି ୧୪୪ ଧାରା । ନଭେମ୍ବର ୩୦ ତାରିଖରେ ସମ୍ବଲପୁର ଥାନାରେ ଦାୟର ହୋଇଥିବା ମାମଲା ଅନୁସାରେ ୪୩ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଛି ବାର କାଉନସିଲ ଅଫ ଇଣ୍ଡିଆ। ୧୮ ମାସ ପର୍ଯ୍ୟନ୍ତ ଏମାନେ ଓକିଲାତି କରିପାରିବେ ନାହିଁ। ୧୬ ଜଣ ଓକିଲଙ୍କୁ ଗିରଫ ମଧ୍ୟ କରିଛି ପୁଲିସ।  ସେମାନେ ଏବେ ହାଜତରେ ଅଛନ୍ତି।

Leave A Reply

Your email address will not be published.