ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କିଏ ହାତେଇବ ଟାଇଟଲ

0

କତାର; ଆଜି ଫିଫା ବିଶ୍ୱକପ ଫାଇନାଲ ମୁକାବିଲା । ଫାଇନାଲ ଟ୍ରଫି ପାଇଁ ଆଜି ରାତି ସାଢେ ୮ଟାରେ କତାରର ଲୁସାଇଲ ଆଇକନିକ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-ଫ୍ରାନ୍ସ । ଫୁଟବଲ ରୢାଙ୍କର ୪ ନମ୍ବରରେ ଥିବା ଫ୍ରାନ୍ସ ଓ ତିନି ନମ୍ବରରେ ଥିବା ଆର୍ଜେଟିଂନା ଦୁଇଟି ଲେଖାଏଁ ବିଶ୍ୱକପ ଜିତିଥିବା ବେଳେ ଦୁଇ ଦଳ ତୃତୀୟ ଟାଇଟଲ ହାତେଇବା ଲକ୍ଷ୍ୟରେ ଅଛନ୍ତି । ଆଜି ଟ୍ରଫି ପାଇଁ ଲଢ଼ିବେ ଲିଓନେଲ୍‌ ମେସିଙ୍କ ଆର୍ଜେଣ୍ଟିନା ଏବଂ ହୁଗୋ ଲୋରିସ୍‌ଙ୍କ ଫ୍ରାନ୍ସ ଦଳ । ଏହି ମ୍ୟାଚ୍‌ ପରେ କାତାର ସଂସ୍କରଣ ବିଶ୍ବକପ୍‌ର ପରିସମାପ୍ତି ଘଟିବ ।

ତେବେ ଏଥର କିଏ ହେବେ ବିଶ୍ବ ଫୁଟ୍‌ବଲ୍‌ର ମହାଶକ୍ତି ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ମ୍ୟାଚ୍‌ରେ ମେସି ଓ ଏମ୍‌ବାପେ ମୁଖ୍ୟ ଆକର୍ଷଣରେ ରହିବେ । ଉଭୟ ୫ଟି ଲେଖାଏଁ ଗୋଲ୍ ଦେଇ ଗୋଲ୍‌ଡେନ୍ ବୁଟ୍ ଦୌଡ଼ରେ ଏକାସାଙ୍ଗରେ ଆଗକୁ ବଢ଼ିଛନ୍ତି । ତେବେ ଆର୍ଜେଣ୍ଟିନାର ଲିଓନେଲ ମେସି ଏହି ଫାଇନାଲ ମ୍ୟାଚ ପରେ ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି । ଏହା ତାଙ୍କର ଶେଷ ବିଶ୍ୱକପ ହୋଇଥିବାରୁ ଆର୍ଜେଣ୍ଟିନା ଜିତିବାକୁ ଚେଷ୍ଟା କରିବ। ସେହିପରି ଗତ ଥରର ଚାମ୍ପିୟନ ଫ୍ରାନ୍ସ ଏଥର ପୁଣି ବାଜିମାତ କରିବାକୁ ରଣନୀତି ପ୍ରସ୍ତୁତି କରିଛି ।

ଲିଗ ମ୍ୟାଚରୁ ଦୁଇଟି ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରି ଫାଇନାଲକୁ ଆସିଛନ୍ତି । ଆର୍ଜେଣ୍ଟିନାକୁ ସାଉଦି ଆରବ ୨-୧ ଗୋଲ୍‌ରେ ଏବଂ ଫ୍ରାନ୍ସକୁ ଟ୍ୟୁନିସିଆ ୧-୦ ଗୋଲ୍‌ରେ ହରାଇଥିଲା। ପୂର୍ବରୁ ଏହି ଦୁଇ ଦଳ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ୧୨ ଥର ମୁକାବିଲା ହୋଇଥିବା ବେଳେ ଆର୍ଜେଟିଂନା ୬ ଥର ଏବଂ ଫ୍ରାନ୍ସ ୩ ଥର ବିଜୟୀ ହୋଇଛି । ଫିଫା ବିଶ୍ୱକପରେ ଉଭୟ ଦଳ ୩ ଥର ମୁହାଁମୁହିଁ ହୋଇଥିବା ବେଳେ ଆର୍ଜେଟିଂନା ଦୁଇ ଥର ଜିତିଛି । ତେଣୁ ଫ୍ରାନ୍ସ ତୁଳନାରେ ଆର୍ଜେଟିଂନାର ପଲା ଭାରି ରହିଛି ।

ସୂଚନା ଅନୁଯାୟୀ ଏହି ବିଶ୍ବକପରେ ଯଦି ଆର୍ଜେଣ୍ଟିନା ବିଜେତା ହୁଏ ତାହାଲେ ୩୬ ବର୍ଷ ଧରି ବିଶ୍ବକପ୍‌ ଟ୍ରଫି ମରୁଡ଼ିର ଅନ୍ତ ଘଟାଇବ। ଏହି ଦଳ ୧୯୮୬ ପରଠୁ ଆଉ ବିଶ୍ବକପ୍‌ ଜିତିପାରିନାହିଁ । ଅନ୍ୟପକ୍ଷରେ ତିନି ଥର ବା ତା’ଠୁ ଅଧିକ ବିଶ୍ବକପ୍‌ ଜିତିବାରେ ଆର୍ଜେଣ୍ଟିନା ମଧ୍ୟ ଚତୁର୍ଥ ଦଳ ହୋଇଯିବ । ଅନ୍ୟପଟେ ଯଦି ଫ୍ରାନ୍ସ ଏଥର ବିଜେତା ହୁଏ ତାହାଲେ ଟ୍ରଫି ବଜାୟ ରଖିବାରେ ୬୦ ବର୍ଷ ପରେ ପ୍ରଥମ ଦଳ ହେବ । ଶେଷ ଦଳ ଭାବେ ୧୯୬୨ରେ ବ୍ରାଜିଲ ହିଁ ଏଭଳି ସଫଳତା ହାସଲ କରିଥିଲା । ବ୍ରାଜିଲ ୧୯୫୮ରେ ମଧ୍ୟ ବିଶ୍ବ ବିଜେତା ହୋଇଥିଲା। କେବଳ ସେତିକି ନୁହେଁ ଲଗାତାର ଟ୍ରଫି ଜିତିବାରେ ମୋଟ ଉପରେ ତୃତୀୟ ଦଳ ହୋଇପାରିବ ।

Leave A Reply

Your email address will not be published.