ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ନୌସେନାରେ ସାମିଲ ହେଲା ଆଇଏନଏସ୍ ମୋର୍ମୁଗାଓ

0

ନୂଆଦିଲ୍ଲୀ; ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା । ସମୁଦ୍ରରେ ନିଜର ଉପସ୍ଥିତି ଜାହିର କରିବ ଭାରତର ବାହୁବଳୀ ମୋର୍ମୁଗାଓ । ପି-୧୫୮ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଭାବେ ପରିଚିତ ମୋର୍ମୁଗାଓକୁ ନୌସେନାକୁ ସମର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ ହେଉଛି ଆଇଏନ୍ଏସ୍ ମୋର୍ମୁଗାଓ ।

ଭାରତ ମହାସାଗରରେ ଚୀନ୍ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନା ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରିବେ । ଭାରତ ମହାସାଗରରେ ରହି ଭାରତର ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡେଷ୍ଟ୍ରୟର । ମୋର୍ମୁଗାଓ ସମସ୍ତ ପ୍ରକାର ଆଣବିକ, ଜୈବିକ ଓ ରାସାୟନିକ ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ । ଆଜି ଯାଏଁ ଭାରତ ନିର୍ମାଣ କରିଥିବା ନୌଜାହାଜ ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ।

ଗତବର୍ଷ ୧୯ ଡିସେମ୍ବରରେ ମୋର୍ମୁଗାଓ ନିଜର ପ୍ରଥମ ପରୀକ୍ଷାମୂଳକ ପ୍ରୟୋଗ କରିଥିଲା । ଏହି ଦିନ ଗୋଆ ପର୍ତ୍ତୁଗାଲ ଶାସନରୁ ସ୍ୱାଧୀନ ହେବାର ୬୦ବର୍ଷ ପୂରଣ କରିଥିଲା । ଏହାର ଓଜନ ୭ ହଜାର ଟନ ହୋଇଥିବାବେଳେ ଏଥିରେ ଶକ୍ତିଶାଳୀ ଗ୍ୟାସ ଟର୍ବାଇନ ଲାଗିଛି । ଏହାର ଲମ୍ବ ୧୬୩ ମିଟର ହୋଇଥିବାବେଳେ ଓସାର ୧୭ ମିଟର । ଏଥିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ସେନସର, ଏୟାର ମିସାଇଲ, ମଡର୍ଣ୍ଣ ସର୍ଭେଲାନ୍ସ ରାଡାର ଆଦି ଖଞ୍ଜାଯାଇଛି । ଏହାସହ ରକେଟ୍ ଲଞ୍ଚର, ଟର୍ପେଡୋ ଲଞ୍ଚର, ଏଏସଡବ୍ଲୁ ହେଲିକପ୍ଟର, ସୁପରରାଉଣ୍ଡ ଗନ ମାଉଣ୍ଟ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.