ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ନୌସେନାରେ ସାମିଲ ହେଲା ଆଇଏନଏସ୍ ମୋର୍ମୁଗାଓ

0

ନୂଆଦିଲ୍ଲୀ; ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା । ସମୁଦ୍ରରେ ନିଜର ଉପସ୍ଥିତି ଜାହିର କରିବ ଭାରତର ବାହୁବଳୀ ମୋର୍ମୁଗାଓ । ପି-୧୫୮ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଭାବେ ପରିଚିତ ମୋର୍ମୁଗାଓକୁ ନୌସେନାକୁ ସମର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ ହେଉଛି ଆଇଏନ୍ଏସ୍ ମୋର୍ମୁଗାଓ ।

ଭାରତ ମହାସାଗରରେ ଚୀନ୍ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନା ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରିବେ । ଭାରତ ମହାସାଗରରେ ରହି ଭାରତର ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡେଷ୍ଟ୍ରୟର । ମୋର୍ମୁଗାଓ ସମସ୍ତ ପ୍ରକାର ଆଣବିକ, ଜୈବିକ ଓ ରାସାୟନିକ ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ । ଆଜି ଯାଏଁ ଭାରତ ନିର୍ମାଣ କରିଥିବା ନୌଜାହାଜ ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ।

ଗତବର୍ଷ ୧୯ ଡିସେମ୍ବରରେ ମୋର୍ମୁଗାଓ ନିଜର ପ୍ରଥମ ପରୀକ୍ଷାମୂଳକ ପ୍ରୟୋଗ କରିଥିଲା । ଏହି ଦିନ ଗୋଆ ପର୍ତ୍ତୁଗାଲ ଶାସନରୁ ସ୍ୱାଧୀନ ହେବାର ୬୦ବର୍ଷ ପୂରଣ କରିଥିଲା । ଏହାର ଓଜନ ୭ ହଜାର ଟନ ହୋଇଥିବାବେଳେ ଏଥିରେ ଶକ୍ତିଶାଳୀ ଗ୍ୟାସ ଟର୍ବାଇନ ଲାଗିଛି । ଏହାର ଲମ୍ବ ୧୬୩ ମିଟର ହୋଇଥିବାବେଳେ ଓସାର ୧୭ ମିଟର । ଏଥିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ସେନସର, ଏୟାର ମିସାଇଲ, ମଡର୍ଣ୍ଣ ସର୍ଭେଲାନ୍ସ ରାଡାର ଆଦି ଖଞ୍ଜାଯାଇଛି । ଏହାସହ ରକେଟ୍ ଲଞ୍ଚର, ଟର୍ପେଡୋ ଲଞ୍ଚର, ଏଏସଡବ୍ଲୁ ହେଲିକପ୍ଟର, ସୁପରରାଉଣ୍ଡ ଗନ ମାଉଣ୍ଟ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.