ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ

0

ନେପାଳ; ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି । ସୂଚନା ମୁତାବକ, ଗତକାଲି ରାତି ୧୦ଟା ୫୩ ମିନିଟ୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ। ଏପରିକି କିଛି ଲୋକେ ଭୟରେ ଘରୁ ବାହାରୁ ଚାଲି ଆସିଥିଲେ ।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁର ପଶ୍ଚିମରୁ ୫୦ କିଲୋମିଟର ଦୂରରେ ଥିବା ଧାଣ୍ଡିଗ ଜିଲ୍ଲାରେ ଥିବା ବୈଜ୍ଞାନିକମାନେ କହିଛନ୍ତି। କାଠମାଣ୍ଡୁ ଓ ଏହାର ଆଖପାଖ ଜିଲ୍ଲରେ ହିଁ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି କିମ୍ବା କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ଏହା ପୂର୍ବରୁ ମଧ୍ୟ ନେପାଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.