ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ହକି ବିଶ୍ୱକପରେ ଗୀତ ଗାଇବେ ଆଦିବାସୀ ଝିଅ ନମିତା

0

ଭୁବନେଶ୍ବର; ହକି ବିଶ୍ୱକପ ଜରିଆରେ ସାରା ବିଶ୍ବ ଶୁଣିବ ଆଦିବାସୀ ଝିଅର ସ୍ବର । ଉଦଘାଟନୀ ସମାରୋହରେ ଗୀତ ଗାଇବେ ଓଡ଼ିଆ ଝିଅ ନମିତା ମେଲେକା । ବିଶ୍ୱକପ ହକିରେ ଗୀତ ଗାଇବା ପାଇଁ ନମିତାଙ୍କୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ବାବଦକୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଏହି ଗୀତ ପରିବେଷଣ କରିବା ଲାଗି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ନମିତାଙ୍କ ନାମ ସୁପାରିସ କରିଥିଲେ । ଏନେଇ ନମିତା ଖୁସିବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ୨ ବର୍ଷ ତଳେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳର ନମିତାଙ୍କ ଗୀତ ଭାଇରାଲ ହେବା ପରେ ସେ ଲୋକଲୋଚନକୁ ଆସିଥିଲେ । କୌଣସି ତାଲିମ ନ ନେଇ ସୁନ୍ଦର ଗୀତ ଗାଉଥିବାରୁ ସେତେବେଳେ ସମସ୍ତ ଚକିତ ହୋଇଥିଲେ । ଏହାପରେ ପ୍ରଖ୍ୟାତ ବଲିଉଡ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ପକ୍ଷରୁ ଅଫର ପାଇବା ପରେ ନମିତା ମୁମ୍ବାଇ ଯାଇ ଗୀତ ରେକର୍ଡ କରିଛନ୍ତି ।

Leave A Reply

Your email address will not be published.