ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ହକି ବିଶ୍ବକପ ପାଇଁ ଆଜିଠୁ ଅଫ୍‌ଲାଇନ୍ ଟିକେଟ ବିକ୍ରି

0

ଭୁବନେଶ୍ବର; ଆରମ୍ଭ ହେଲା ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ । ଏଥିପାଇଁ ଆଜିଠୁ ଅଫ୍‌ଲାଇନ୍ ଟିକେଟ ବିକ୍ରି ହେବ । ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେବ ଏହି ଟିକେଟ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ଏବଂ ରାଉରକେଲା ବିର୍ଶା ମୁଣ୍ଡା ଷ୍ଟାଡିୟମର ଦୁଇ ଓ ଛଅ ନମ୍ବର ଗେଟରେ ମିଳିବ ଟିକେଟ । ଦିନ ୧୧ଟାରୁ ସଂଧ୍ୟା ୭ଟା ମଧ୍ୟରେ ଟିକେଟ ବିକ୍ରି କରାଯିବ । ତେବେ କାଉଣ୍ଟରରେ କେତେ ଟିକେଟ ବିକ୍ରି ହେବ ସ୍ପଷ୍ଟ କରି ନାହିଁ ହକି ଇଣ୍ଡିଆ ।

ସୂଚନା ଅନୁଯାୟୀ, କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟିମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ହକି ବିଶ୍ୱକପକୁ ଆଉ ମାତ୍ର କେଇ ଦିନ ଥିବା ବେଳେ ଚଳଚଞ୍ଚଳ ହୋଇଛି ଭୁବନେଶ୍ୱର-କଟକ-ରାଉରକେଲା ।

Leave A Reply

Your email address will not be published.