ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ହକି ବିଶ୍ବକପ ପାଇଁ ଆଜିଠୁ ଅଫ୍‌ଲାଇନ୍ ଟିକେଟ ବିକ୍ରି

0

ଭୁବନେଶ୍ବର; ଆରମ୍ଭ ହେଲା ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ । ଏଥିପାଇଁ ଆଜିଠୁ ଅଫ୍‌ଲାଇନ୍ ଟିକେଟ ବିକ୍ରି ହେବ । ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେବ ଏହି ଟିକେଟ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ଏବଂ ରାଉରକେଲା ବିର୍ଶା ମୁଣ୍ଡା ଷ୍ଟାଡିୟମର ଦୁଇ ଓ ଛଅ ନମ୍ବର ଗେଟରେ ମିଳିବ ଟିକେଟ । ଦିନ ୧୧ଟାରୁ ସଂଧ୍ୟା ୭ଟା ମଧ୍ୟରେ ଟିକେଟ ବିକ୍ରି କରାଯିବ । ତେବେ କାଉଣ୍ଟରରେ କେତେ ଟିକେଟ ବିକ୍ରି ହେବ ସ୍ପଷ୍ଟ କରି ନାହିଁ ହକି ଇଣ୍ଡିଆ ।

ସୂଚନା ଅନୁଯାୟୀ, କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟିମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ହକି ବିଶ୍ୱକପକୁ ଆଉ ମାତ୍ର କେଇ ଦିନ ଥିବା ବେଳେ ଚଳଚଞ୍ଚଳ ହୋଇଛି ଭୁବନେଶ୍ୱର-କଟକ-ରାଉରକେଲା ।

Leave A Reply

Your email address will not be published.