ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ହକି ବିଶ୍ୱକପରେ ଗୀତ ଗାଇବେ ଆଦିବାସୀ ଝିଅ ନମିତା

0

ଭୁବନେଶ୍ବର; ହକି ବିଶ୍ୱକପ ଜରିଆରେ ସାରା ବିଶ୍ବ ଶୁଣିବ ଆଦିବାସୀ ଝିଅର ସ୍ବର । ଉଦଘାଟନୀ ସମାରୋହରେ ଗୀତ ଗାଇବେ ଓଡ଼ିଆ ଝିଅ ନମିତା ମେଲେକା । ବିଶ୍ୱକପ ହକିରେ ଗୀତ ଗାଇବା ପାଇଁ ନମିତାଙ୍କୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ବାବଦକୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଏହି ଗୀତ ପରିବେଷଣ କରିବା ଲାଗି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ନମିତାଙ୍କ ନାମ ସୁପାରିସ କରିଥିଲେ । ଏନେଇ ନମିତା ଖୁସିବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ୨ ବର୍ଷ ତଳେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳର ନମିତାଙ୍କ ଗୀତ ଭାଇରାଲ ହେବା ପରେ ସେ ଲୋକଲୋଚନକୁ ଆସିଥିଲେ । କୌଣସି ତାଲିମ ନ ନେଇ ସୁନ୍ଦର ଗୀତ ଗାଉଥିବାରୁ ସେତେବେଳେ ସମସ୍ତ ଚକିତ ହୋଇଥିଲେ । ଏହାପରେ ପ୍ରଖ୍ୟାତ ବଲିଉଡ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ପକ୍ଷରୁ ଅଫର ପାଇବା ପରେ ନମିତା ମୁମ୍ବାଇ ଯାଇ ଗୀତ ରେକର୍ଡ କରିଛନ୍ତି ।

Leave A Reply

Your email address will not be published.