ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ସମ୍ ନର୍ସିଂ କଲେଜ ପକ୍ଷରୁ ନର୍ସମାନଙ୍କ ନିମନ୍ତେ କର୍ମଶାଳା

0

ଭୁବନେଶ୍ୱର,୨୧ /୧୨ : ରୋଗୀଙ୍କ ସେବା କରୁଥିବା ନର୍ସମାନେ ସେମାନଙ୍କର ଯତ୍ନ ନେବା ସହ ତାଙ୍କ ଚିକିତ୍ସା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ଉଚିତ୍ । ଚିକିତ୍ସା କରିବା ସମୟରେ ସମସ୍ତ ପ୍ରକାର ତ୍ରୁଟିକୁ ଏଡାଇବା ନିମନ୍ତେ ଯତ୍ନବାନ ହେବା ଉଚିତ୍ । ଔଷଧ, ଏହାର ପାଶ୍ୱର୍ ପ୍ରତିକ୍ରିୟା ଏବଂ ଔଷଧ ଦେବା ବିଧି ସମ୍ପର୍କରେ ସେବିକାମାନେ ଅଧିକ ସଚେତନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।

ଦ ଟ୍ରେଣ୍ଡ ନର୍ସେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖା ଏବଂ ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ମିଳିତ ଉଦ୍ୟମରେ ବୁଧବାର ଆୟୋଜିତ ହୋଇଥିବା “ମେଡିକେସନ୍ ମ୍ୟାନେଜମେଂଟ ଆଣ୍ଡ ପ୍ରିଭେନ୍ସନ୍ ଅନ୍ ମେଡିକେସନ୍ ଏରରର୍ସ” ଶୀର୍ଷକ ଦୁଇ ଦିନିଆ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ ଏହା କହିଥିଲେ । ଯେକୌଣସି ବୃତିରେ ଶିକ୍ଷା ଓ ଗବେଷଣା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ନର୍ସମାନେ ନିଜର ବିଚାର ଶକ୍ତିକୁ ବ୍ୟବହାର କରି ଉତ୍ସର୍ଗୀକୃତ ଭାବେ ରୋଗୀ ସେବା କରନ୍ତୁ ବୋଲି ପ୍ରଫେସର ନନ୍ଦ କହିଥିଲେ ।

କର୍ମଶାଳାରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଟିଏନ୍‌ଏଆଇ ଓଡ଼ିଶା ଶାଖାର ଅଧ୍ୟକ୍ଷା ପ୍ରଫେସର ଫୁଲଣା କୁମାରୀ ଦେଇ ସଂଘ ସମ୍ପର୍କରେ ସୂଚନା ଦେଇ ଭାରତରେ ୫ ଲକ୍ଷ ନର୍ସ ଟିଏନ୍‌ଏଆଇର ସଦସ୍ୟତା ଗ୍ରହଣ କରିଛନ୍ତି ବୋଲି କହିବା ସହ ଏହା ସବୁଠାରୁ ପୁରାତନ ଏବଂ ବଡ଼ ସଂଘ ବୋଲି କହିଛନ୍ତି ।
ଟିଏନଏଆଇ ପକ୍ଷରୁ ସଦସ୍ୟମାନଙ୍କୁ ଚିକିତ୍ସା ସୁବିଧା ଦିଆଯିବା ସହ ଗୁରୁତର ରୋଗ ନିମନ୍ତେ ୨ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ସେହିପରି ମାସିକ ୫୦୦୦ ଟଙ୍କାର ପେନ୍‌ସନ୍‌ର ବ୍ୟବସ୍ଥା ସଦସ୍ୟମାନଙ୍କ ପାଇଁ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଏହି ଅବସରରେ ଟିଏନ୍‌ଏଆଇ ଓଡ଼ିଶା ଶାଖାର ଶିକ୍ଷା ଓ ଗବେଷଣା କମିଟିର ଅଧ୍ୟକ୍ଷା ପ୍ରଫେସର ରୀତାଞ୍ଜଳି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରୋଗୀସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ନର୍ସମାନଙ୍କର ଅନେକ ଦାୟିତ୍ୱ ରହିଛି, ସେମାନେ କେବଳ ଶାରୀରିକ ଯତ୍ନ ସହ ରୋଗୀର ମାନସିକ ଯତ୍ନ ମଧ୍ୟ ନେଇଥାନ୍ତି । ଯଦି ନର୍ସ ଜଣକ ଠିକ୍ ଭାବେ ରୋଗୀର ଯତ୍ନ ନ ନିଅନ୍ତି ତେବେ ଖୁବ୍ ବଡ ସମସ୍ୟା ଉପୁଜିଥାଏ ବୋଲି ସେ କହିଛନ୍ତି ।

ଏହି କର୍ମଶାଳାରେ ଏସ୍‌ଏନ୍‌ସିର ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜିକା ତଥା ଏସ୍‌ଏନ୍‌ସିର ଆସୋସିଏଟ୍ ପ୍ରଫେସର ଦେବଯାନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଆସୋସିଏଟ୍ ଡିନ୍ ପ୍ରଫେସର ସସ୍ମିତା ଦାସ, ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ଏବଂ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାରାଣୀ ସାମଲ୍ ସମେତ ଟିଏନଏଆଇ ଓ ଏସ୍‌ଏନ୍‌ସିର ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.