ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ହନୁମାନଙ୍କ କୃପାରୁ ଯୋଡ଼ି ହୁଏ ଲୋକଙ୍କ ଭଙ୍ଗା ହାଡ଼

0

ମଧ୍ୟପ୍ରଦେଶ; ଭାରତ ଏକ ଧାର୍ମିକ ଦେଶ । ଏଠାରେ କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ବି ପରଦା ଉଠିପାରିନାହିଁ। ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ଅଛନ୍ତି । ସେମାନଙ୍କ ମଧ୍ୟରେ ପବନପୁତ୍ର ହନୁମାନ ହେଉଛନ୍ତି ଅନ୍ୟତମ । କୁହାଯାଏ ଯେ ହନୁମାନଙ୍କୁ ପୂଜା କଲେ ସମସ୍ତ ପ୍ରକାର କଷ୍ଟ ଦୂର ହୋଇଥାଏ । ସଙ୍କଟମୋଚନ ଜୟ ହନୁମାନ। ପ୍ରଭୁ ହନୁମାନଙ୍କୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି ମନାଯାଏ। ଦେଶରେ ଅନେକ ହନୁମାନ ମନ୍ଦିର ରହିଛି । ଯେଉଁଠାର ଭଗବାନଙ୍କ ଅରାଧନା କଲେ ସମସ୍ତ ମନୋସ୍କାମନା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଆମେ ଯେଉଁ ମନ୍ଦିର ସମ୍ପର୍କରେ କହିବୁ ତାହା ରହିଛି ମଧ୍ୟପ୍ରଦେଶର କଟନିଠାରୁ ପାଖାପାଖି 35 କିମି ଦୂର ମୋହାସ ଗାଁରେ । ମନ୍ଦିରରେ ହନୁମାନ ପୂଜା ପାଉଛନ୍ତି। ମନ୍ଦିର ବିଷୟରେ ଏତିକି କୁହାଯାଏ କି, ଏଠାରେ ଲୋକଙ୍କ ଭଙ୍ଗା ହାଡ଼ ଯୋଡି ହୋଇଯାଏ।ମନ୍ଦିରରେ ମଙ୍ଗଳବାର ଓ ଶନିବାର କୁ ବିଶେଷ ଭାବେ ପୂଜା କାରାଯାଏ। ଏହିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହାବ୍ୟବିତି ହନୁମାନ ଜୟନ୍ତି ଓ ଅନ୍ୟାନ୍ୟ ପୂଜାର ଶୁଭ ଅବସରରେ ଲୋକମାନେ ମନ୍ଦିରକୁ ଯାଇଥାନ୍ତି। ଏହି ଦୁଇ ଦିନ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ମନ୍ଦିରକୁ କାହାକୁ ଷ୍ଟ୍ରେଚରରେ ତ କାହାକୁ ପିଠିରେ, ପୁଣି କାହାକୁ ଆମ୍ବୁଲାନ୍ସରେ ଅଣାଯାଇଥାଏ।

କୁହାଯାଏ ଯେ, ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ଭକ୍ତମାନଙ୍କୁ ଆଖି ବନ୍ଦ କରିବାକୁ କୁହାଯାଇଥାଏ। ଏହାସହିତ ସେମାନଙ୍କୁ ‘ରାମ ନାମ’ ଜପ କରିବାକୁ କୁହାଯାଏ। ଯେତେବେଳେ ଭକ୍ତମାନେ ଆଖି ବନ୍ଦ କରନ୍ତି, ସେତେବେଳେ ପଣ୍ଡିତ କିମ୍ବା ତାଙ୍କ ସହାୟକ ପୀଡ଼ିତମାନଙ୍କୁ ପତ୍ର ତଥା ଜଡ ରୂପୀ ଔଷଧି ଦେଇଥାନ୍ତି। ଏହାକୁ ଭଲ ଭାବେ ଚୋବାଇ ଖାଇବାକୁ କୁହନ୍ତି। କୁହାଯାଏ କି, ଏହି ଔଷଧକୁ ଖାଇବା ପରେ ରୋଗୀ ଲୋକର ଭଙ୍ଗା ହାଡ଼ ଆପେ ଯୋଡ଼ି ହୋଇଯାଇଥାଏ। କିଛିଦିନ ପରେ ବ୍ୟକ୍ତି ଜଣକ ସୁସ୍ଥ ହୋଇଥାଏ।

Leave A Reply

Your email address will not be published.