ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଆଜି ବର୍ଷର ସବୁଠୁ ଛୋଟ ଦିନ ଓ ବଡ଼ ରାତି

0

ଆଜି ହେବ ବର୍ଷର ସବୁଠୁ ବଡ଼ ରାତି । ସେହିପରି ସବୁଠୁ ଛୋଟ ଦିନ ଦେଖିବେ ଉତ୍ତର ଗୋଲାର୍ଦ୍ଧର ବାସିନ୍ଦା। ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ‌ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍‌ । ଅର୍ଥାତ୍‌ ୧୩ ଘଣ୍ଟା ୧୯ ମିନିଟ୍‌ ରହିବ ରାତିର ଅବଧି । ସେହିପରି ସବୁଠୁ ଛୋଟ ଦିନ ଯୋଗୁଁ ଦିନର ଅବଧି ରହିବ ୧୦ ଘଣ୍ଟା ୪୧ ମିନିଟ୍‌ । ତେବେ ସ୍ଥଳ ବିଶେଷରେ ଏହା କମ୍‌ ବେଶୀ ହୋଇପାରେ । ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ଛୋଟ ଓ ରାତି ସବୁଠୁ ବଡ଼ ହୁଏ । ତେବେ ଏହି ଦିନକୁ ଶୀତକାଳୀନ ସଲଷ୍ଟାଇସ୍ ମଧ୍ୟ କୁହାଯାଏ । ଏହି ଦିନ ପୃଥିବୀ ଏକ ଆଚ୍ଛାଦିତ ଅକ୍ଷରେ ଘୂର୍ଣ୍ଣନ କରିବ, ସେଥିପାଇଁ ଆଜି ସବୁଠାରୁ କମ୍ ଦିନ ହେବ । ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ କୁହାଯାଏ ଯେ, ଉତ୍ତର ଗୋଲାର୍ଦ୍ଧରେ ଯେତେବେଳେ ଶୀତଋତୁ ହୋଇଥାଏ ସେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ । ଠିକ୍‌ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହେଲେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ ।’ପ୍ରତ୍ୟେକ ବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠୁ ଛୋଟ ଦିନ ହୋଇଥାଏ । ତେବେ ଭୁବନେଶ୍ୱରରେ ଆଜି ଓ କାଲି ଦିନ-ରାତି ମଧ୍ୟରେ ବେଶୀ ଫରକ୍‌ ରହିବ ନାହିଁ । ଦିନର ଅବଧି ୧୦ ଘଣ୍ଟା ୫୪ ମିନିଟ୍‌ ରହିବାକୁ ଥିବାବେଳେ ରାତିର ଅବଧି ୧୩ ଘଣ୍ଟା ୫ ମିନିଟ୍‌ ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.