ଆଜି ହେବ ବର୍ଷର ସବୁଠୁ ବଡ଼ ରାତି । ସେହିପରି ସବୁଠୁ ଛୋଟ ଦିନ ଦେଖିବେ ଉତ୍ତର ଗୋଲାର୍ଦ୍ଧର ବାସିନ୍ଦା। ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍ । ଅର୍ଥାତ୍ ୧୩ ଘଣ୍ଟା ୧୯ ମିନିଟ୍ ରହିବ ରାତିର ଅବଧି । ସେହିପରି ସବୁଠୁ ଛୋଟ ଦିନ ଯୋଗୁଁ ଦିନର ଅବଧି ରହିବ ୧୦ ଘଣ୍ଟା ୪୧ ମିନିଟ୍ । ତେବେ ସ୍ଥଳ ବିଶେଷରେ ଏହା କମ୍ ବେଶୀ ହୋଇପାରେ । ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ଛୋଟ ଓ ରାତି ସବୁଠୁ ବଡ଼ ହୁଏ । ତେବେ ଏହି ଦିନକୁ ଶୀତକାଳୀନ ସଲଷ୍ଟାଇସ୍ ମଧ୍ୟ କୁହାଯାଏ । ଏହି ଦିନ ପୃଥିବୀ ଏକ ଆଚ୍ଛାଦିତ ଅକ୍ଷରେ ଘୂର୍ଣ୍ଣନ କରିବ, ସେଥିପାଇଁ ଆଜି ସବୁଠାରୁ କମ୍ ଦିନ ହେବ । ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ କୁହାଯାଏ ଯେ, ଉତ୍ତର ଗୋଲାର୍ଦ୍ଧରେ ଯେତେବେଳେ ଶୀତଋତୁ ହୋଇଥାଏ ସେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ । ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହେଲେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ ।’ପ୍ରତ୍ୟେକ ବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠୁ ଛୋଟ ଦିନ ହୋଇଥାଏ । ତେବେ ଭୁବନେଶ୍ୱରରେ ଆଜି ଓ କାଲି ଦିନ-ରାତି ମଧ୍ୟରେ ବେଶୀ ଫରକ୍ ରହିବ ନାହିଁ । ଦିନର ଅବଧି ୧୦ ଘଣ୍ଟା ୫୪ ମିନିଟ୍ ରହିବାକୁ ଥିବାବେଳେ ରାତିର ଅବଧି ୧୩ ଘଣ୍ଟା ୫ ମିନିଟ୍ ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସୂଚନା ମିଳିଛି ।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ