ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ବର୍ଷର ସବୁଠୁ ଛୋଟ ଦିନ ଓ ବଡ଼ ରାତି

0

ଆଜି ହେବ ବର୍ଷର ସବୁଠୁ ବଡ଼ ରାତି । ସେହିପରି ସବୁଠୁ ଛୋଟ ଦିନ ଦେଖିବେ ଉତ୍ତର ଗୋଲାର୍ଦ୍ଧର ବାସିନ୍ଦା। ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ‌ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍‌ । ଅର୍ଥାତ୍‌ ୧୩ ଘଣ୍ଟା ୧୯ ମିନିଟ୍‌ ରହିବ ରାତିର ଅବଧି । ସେହିପରି ସବୁଠୁ ଛୋଟ ଦିନ ଯୋଗୁଁ ଦିନର ଅବଧି ରହିବ ୧୦ ଘଣ୍ଟା ୪୧ ମିନିଟ୍‌ । ତେବେ ସ୍ଥଳ ବିଶେଷରେ ଏହା କମ୍‌ ବେଶୀ ହୋଇପାରେ । ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ଛୋଟ ଓ ରାତି ସବୁଠୁ ବଡ଼ ହୁଏ । ତେବେ ଏହି ଦିନକୁ ଶୀତକାଳୀନ ସଲଷ୍ଟାଇସ୍ ମଧ୍ୟ କୁହାଯାଏ । ଏହି ଦିନ ପୃଥିବୀ ଏକ ଆଚ୍ଛାଦିତ ଅକ୍ଷରେ ଘୂର୍ଣ୍ଣନ କରିବ, ସେଥିପାଇଁ ଆଜି ସବୁଠାରୁ କମ୍ ଦିନ ହେବ । ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ କୁହାଯାଏ ଯେ, ଉତ୍ତର ଗୋଲାର୍ଦ୍ଧରେ ଯେତେବେଳେ ଶୀତଋତୁ ହୋଇଥାଏ ସେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ । ଠିକ୍‌ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହେଲେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ ।’ପ୍ରତ୍ୟେକ ବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠୁ ଛୋଟ ଦିନ ହୋଇଥାଏ । ତେବେ ଭୁବନେଶ୍ୱରରେ ଆଜି ଓ କାଲି ଦିନ-ରାତି ମଧ୍ୟରେ ବେଶୀ ଫରକ୍‌ ରହିବ ନାହିଁ । ଦିନର ଅବଧି ୧୦ ଘଣ୍ଟା ୫୪ ମିନିଟ୍‌ ରହିବାକୁ ଥିବାବେଳେ ରାତିର ଅବଧି ୧୩ ଘଣ୍ଟା ୫ ମିନିଟ୍‌ ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.