ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

୧୮୦୬ କୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

0

ବାଲେଶ୍ୱର ଗସ୍ତରେ ଯାଇ ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ । ଏଥିସହିତ ଓଡ଼ିଆ ସାହିତ୍ୟର ମହାରଥୀ ଫକୀର ମୋହନଙ୍କ ମାଟିକୁ ପ୍ରଣାମ କରି ବାଲେଶ୍ବରବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ବର ଆସି ଖୁବ୍ ଖୁସି ପ୍ରକାଶ କରିଛନ୍ତି ନବୀନ ।


ନବୀନ କହିଛନ୍ତି – ଏଭଳି ପ୍ରକଳ୍ପର ଶୁଭାରମ୍ଭ କରି ମୁଁ ବହୁତ ଖୁସି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ବାଲେଶ୍ୱର ସବୁଠି ଆଗରେ । ମା’ ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ୨୨୦ କୋଟି ଟଙ୍କା ସହାୟତା ବଣ୍ଟନ କରି ବହୁତ ଖୁସି । ବିନା ସୁଧରେ ବାଲେଶ୍ୱରର ୬୦ ହଜାର ମା’ ସୁବିଧା ପାଇବେ । ପ୍ରତି ପଞ୍ଚାୟତ ଗୋଟିଏ ଗୋଟିଏ ୟୁନିକ୍ ପ୍ରଡକ୍ଟ କରନ୍ତୁ । ଯାହା ଫଳରେ ପ୍ରତି ପଞ୍ଚାୟତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ’ । ଏତଦବ୍ୟତୀତ ନୂଆବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁଯାୟୀ, ଆଜି ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୧୫ରେ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିଥିଲେ। ପରେ ସୋମନାଥପୁରର ନୂଆ ରେଲୱେ ଓଭରବ୍ରିଜ୍ ନିକଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରେଳ ଓଭର ବ୍ରିଜରେ ଚାଲି ଚାଲି ଯାଇଥିଲେ ମୁଖ୍ୟମନ୍ତ୍ରୀ

Leave A Reply

Your email address will not be published.