ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଆମେରିକାରେ ‘ବମ୍ ସାଇକ୍ଲୋନ୍’ର ତାଣ୍ଡବ

0

ଆମେରିକା; ପ୍ରବଳ ଥଣ୍ଡାରେ ଥରୁଛି ଆମେରିକାର ଅନେକ ଅଞ୍ଚଳ । ଆମେରିକାରେ ବୋମା ସାଇକ୍ଲୋନ ବା ଶୀତକାଳୀନ ତୋଫାନ୍ ଯୋଗଁ ଚାରିଆଡେ ବରଫ ଆସ୍ତରଣ ଜମି ରହିଛି । ଏଥିରେ ଆମେରିକାର ଅଧିକାଂଶ ଅଞ୍ଚଳ ବ୍ଲକ ଆଉଟ ହୋଇଥିବା ବେଳେ ପ୍ରାୟ ୧୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଶୀତଦିନେ ବୋମା ସାଇକ୍ଲୋନ୍ ଆମେରିକାରେ ହଇଚଇ ସୃଷ୍ଟି କରିଛି। ଏହାର ପ୍ରଭାବରେ ୫୦୦୦ ରୁ ଅଧିକ ବିମାନକୁ ବାତିଲ କରାଯାଇଛି । ତେବେ ଖ୍ରୀଷ୍ଟମାସ ଅବସରରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସମସ୍ୟା ବଢିଯାଇଛି ।

ସୂଚନା ଅନୁଯାୟୀ, ୨୦ କୋଟିରୁ ଅଧିକ ଲୋକ ଏହି ବରଫଝଡରେ ପ୍ରଭାବିତ ହୋଇଛନ୍ତି । କାରଣ ବରଫ ପବନ ତାପମାତ୍ରା -୪୮ ସେଲସିୟସକୁ ହ୍ରାସ କରିଛି । ପ୍ରବଳ ଶୀତ ଯୋଗୁ ଦେଶରେ ଏମର୍ଜେନ୍ସି ଭଳି ସ୍ଥିତି ଉପୁଜିଛି ।ଏବେ ଚିକାଗୋର ଆଖପାଖ ଅଞ୍ଚଳର ତାପମାତ୍ରା -୧୩ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିଛି । ମିନେପୋଲିସ୍ ଏବଂ ସେଣ୍ଟ୍ ପଲ୍ ସହରରେ ୮ଇଞ୍ଚରୁ ଅଧିକ ମୋଟା ବରଫର ଏକ ସିଟ୍ ଦେଖାଯାଇଛି ।

ତେବେ ପାଣିପାଗ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ଆଡଭାଇଜରୀ ଅନୁପାଳନ କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ ପରାମର୍ଶ ଦେଇଛନ୍ତି । ତେବେ ‘ବମ୍ ସାଇକ୍ଲୋନ୍’ ବିଷୟରେ କହିବାକୁ ଗଲେ, ଏହା ଏକ ଭୟଙ୍କର ଝଡ । ଯେଉଁଥିରେ ପବନର ବେଗ ଖୁବ ଦ୍ରୁତ ଥାଏ। ଏହାର ପ୍ରଭାବରେ ପ୍ରବଳ ତୁଷାରପାତ ହୋଇଥାଏ । ଏହି ଝଡ ସାଧାରଣତ ଶୀତଋତୁରେ ଆସିଥାଏ । ଆକଳନ କରାଯାଇଛି ଯେ ପ୍ରବଳ ପବନ ବହିବା ସହ ତାପମାତ୍ରା ମାଇନସ୍ ୯.୪ ଡିଗ୍ରୀ ସେଲସିୟସ୍‌କୁ ଖସିଯିବ ।

କୁହାଯାଏ ଯେ ଏହା ଘଣ୍ଟା ପ୍ରତି ଅଧ ଇଞ୍ଚ (୧.୨୫ ସେମି) ପର୍ଯ୍ୟନ୍ତ ତୁଷାରପାତ କରିପାରେ । ବୋଷ୍ଟନରେ ଘଣ୍ଟାପ୍ରତି ପବନ ପ୍ରାୟ ୯୦ କିମି ବେଗରେ ବହୁଥିବା ବେଳେ ସମୁଦ୍ରରେ ଜୁଆର ଉଠୁଛି । ବର୍ଷା ପାଣି ସ୍ଥଳଭାଗ ଛୁଇଁବାର ମାତ୍ର ୫ ମିନିଟ ଭିତରେ ଏହା ବରଫ ପାଲଟି ଯାଉଛି । ଟରୋଣ୍ଟୋରେ ଥିବା ପାଣିପାଗ ବିଜ୍ଞାନୀ କେଲସି ମ୍ୟାକେୱେନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଏରି ହ୍ରଦରେ ୨୬ ଫୁଟ ପର୍ଯ୍ୟନ୍ତ ତରଙ୍ଗ ଉଠିଛି । ଓହିଓର ଫେୟାରପୋର୍ଟ ହାରବର୍ରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବୋହୁଥିବାର ଖବର ମିଳିଛି।

Leave A Reply

Your email address will not be published.