ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଆମେରିକାରେ ‘ବମ୍ ସାଇକ୍ଲୋନ୍’ର ତାଣ୍ଡବ

0

ଆମେରିକା; ପ୍ରବଳ ଥଣ୍ଡାରେ ଥରୁଛି ଆମେରିକାର ଅନେକ ଅଞ୍ଚଳ । ଆମେରିକାରେ ବୋମା ସାଇକ୍ଲୋନ ବା ଶୀତକାଳୀନ ତୋଫାନ୍ ଯୋଗଁ ଚାରିଆଡେ ବରଫ ଆସ୍ତରଣ ଜମି ରହିଛି । ଏଥିରେ ଆମେରିକାର ଅଧିକାଂଶ ଅଞ୍ଚଳ ବ୍ଲକ ଆଉଟ ହୋଇଥିବା ବେଳେ ପ୍ରାୟ ୧୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଶୀତଦିନେ ବୋମା ସାଇକ୍ଲୋନ୍ ଆମେରିକାରେ ହଇଚଇ ସୃଷ୍ଟି କରିଛି। ଏହାର ପ୍ରଭାବରେ ୫୦୦୦ ରୁ ଅଧିକ ବିମାନକୁ ବାତିଲ କରାଯାଇଛି । ତେବେ ଖ୍ରୀଷ୍ଟମାସ ଅବସରରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସମସ୍ୟା ବଢିଯାଇଛି ।

ସୂଚନା ଅନୁଯାୟୀ, ୨୦ କୋଟିରୁ ଅଧିକ ଲୋକ ଏହି ବରଫଝଡରେ ପ୍ରଭାବିତ ହୋଇଛନ୍ତି । କାରଣ ବରଫ ପବନ ତାପମାତ୍ରା -୪୮ ସେଲସିୟସକୁ ହ୍ରାସ କରିଛି । ପ୍ରବଳ ଶୀତ ଯୋଗୁ ଦେଶରେ ଏମର୍ଜେନ୍ସି ଭଳି ସ୍ଥିତି ଉପୁଜିଛି ।ଏବେ ଚିକାଗୋର ଆଖପାଖ ଅଞ୍ଚଳର ତାପମାତ୍ରା -୧୩ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିଛି । ମିନେପୋଲିସ୍ ଏବଂ ସେଣ୍ଟ୍ ପଲ୍ ସହରରେ ୮ଇଞ୍ଚରୁ ଅଧିକ ମୋଟା ବରଫର ଏକ ସିଟ୍ ଦେଖାଯାଇଛି ।

ତେବେ ପାଣିପାଗ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ଆଡଭାଇଜରୀ ଅନୁପାଳନ କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ ପରାମର୍ଶ ଦେଇଛନ୍ତି । ତେବେ ‘ବମ୍ ସାଇକ୍ଲୋନ୍’ ବିଷୟରେ କହିବାକୁ ଗଲେ, ଏହା ଏକ ଭୟଙ୍କର ଝଡ । ଯେଉଁଥିରେ ପବନର ବେଗ ଖୁବ ଦ୍ରୁତ ଥାଏ। ଏହାର ପ୍ରଭାବରେ ପ୍ରବଳ ତୁଷାରପାତ ହୋଇଥାଏ । ଏହି ଝଡ ସାଧାରଣତ ଶୀତଋତୁରେ ଆସିଥାଏ । ଆକଳନ କରାଯାଇଛି ଯେ ପ୍ରବଳ ପବନ ବହିବା ସହ ତାପମାତ୍ରା ମାଇନସ୍ ୯.୪ ଡିଗ୍ରୀ ସେଲସିୟସ୍‌କୁ ଖସିଯିବ ।

କୁହାଯାଏ ଯେ ଏହା ଘଣ୍ଟା ପ୍ରତି ଅଧ ଇଞ୍ଚ (୧.୨୫ ସେମି) ପର୍ଯ୍ୟନ୍ତ ତୁଷାରପାତ କରିପାରେ । ବୋଷ୍ଟନରେ ଘଣ୍ଟାପ୍ରତି ପବନ ପ୍ରାୟ ୯୦ କିମି ବେଗରେ ବହୁଥିବା ବେଳେ ସମୁଦ୍ରରେ ଜୁଆର ଉଠୁଛି । ବର୍ଷା ପାଣି ସ୍ଥଳଭାଗ ଛୁଇଁବାର ମାତ୍ର ୫ ମିନିଟ ଭିତରେ ଏହା ବରଫ ପାଲଟି ଯାଉଛି । ଟରୋଣ୍ଟୋରେ ଥିବା ପାଣିପାଗ ବିଜ୍ଞାନୀ କେଲସି ମ୍ୟାକେୱେନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଏରି ହ୍ରଦରେ ୨୬ ଫୁଟ ପର୍ଯ୍ୟନ୍ତ ତରଙ୍ଗ ଉଠିଛି । ଓହିଓର ଫେୟାରପୋର୍ଟ ହାରବର୍ରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବୋହୁଥିବାର ଖବର ମିଳିଛି।

Leave A Reply

Your email address will not be published.