ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଆଜିଠୁ ଓଡ଼ିଶା ପରିକ୍ରମାରେ ହକି ବିଶ୍ୱକପ୍ ଟ୍ରଫି

0

ଭୁବନେଶ୍ବର; ପାଖେଇ ଆସୁଛି ହକି ମହାକୁମ୍ଭ । ଆଉ କିଛି ଦିନ ପରେ କମ୍ପିବ ଭୁବନେଶ୍ବର ଓ ରାଉରକେଲା । ହକି ବିଶ୍ବକପ ନେଇ ସମସ୍ତଙ୍କ ମନରେ ବଢ଼ୁଛି ଉତ୍କଣ୍ଠା । ଏହାରି ମଧ୍ୟରେ ସାରା ଦେଶରେ ପରିକ୍ରମା କରି ଫେରିଛି FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି ।

ତେବେ ଆଜିଠାରୁ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି । ସୁନ୍ଦରଗଡ଼ରେ ଏହି ବିଶ୍ୱକପ ଟ୍ରଫି ୧୭ଟି ବ୍ଲକ୍ ପରିକ୍ରମା କରିବ । ଏହାଦ୍ବାରା ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବ । ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିସାରିଛି।ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିଛି ଟ୍ରଫି।

ସୂଚନା ଅନୁସାରେ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ପୁରୁଷ ହକି ବିଶ୍ବକପ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପର ସମସ୍ତ ମ୍ୟାଚ୍ ।

Leave A Reply

Your email address will not be published.