ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

୨୦ ଦିନରେ ୨୫ କୋଟି ସଂକ୍ରମିତ

0

ନ୍ୟୁଜ୍ ବ୍ୟୁରୋ; ସାରା ବିଶ୍ୱକୁ ଘାରିଲାଣି କରୋନା ମହାମାରୀର ଚତୁର୍ଥ ଲହର ଚିନ୍ତା । ୯୧ ଦେଶକୁ କବଜ୍ଜାକୁ ନେଇଛି କରୋନାର ବିଏଫ-୭ ଭାରିଆଣ୍ଟ । ଚୀନ, ଜାପାନ, ଦକ୍ଷିଣ କୋରିଆରେ ଉପରମୁହାଁ ହୋଇଛ କରୋନା । ଜାପାନରେ ୧ ଲକ୍ଷ ୭୩ ହଜାର ଚିହ୍ନଟ ହୋଇଛି ଦୈନିକ ସଂକ୍ରମିତ ସଂଖ୍ୟା । ଦ.କୋରିଆରେ ଦୈନିକ ସଂକ୍ରମିତ ସଂଖ୍ୟା ୫୮ ହଜାର ଛୁଇଁଥିବା ବେଳେ ଫ୍ରାନ୍ସରେ ଦୈନିକ ସଂକ୍ରମିତ ସଂଖ୍ୟା ୪୩ ହଜାର ୭୬୬ ଛୁଇଁଛି ।

ସେପଟେ ଚୀନରେ କୋଭିଡ ଜିରୋ ପଲିସୀ ଫେଲ୍ ମାରିବା ପରେ ଦେଶର ଅବସ୍ଥା ଏବେ ଭୟଙ୍କର ଭାବେ ବିଗିଡ଼ି ଯାଇଛି । ମାତ୍ର ୨୦ ଦିନରେ ହିଁ ପୂରା ଚୀନରେ ୨୫ କୋଟି ଲୋକ ସଂକ୍ରମିତ ହୋଇଛନ୍ତି । ବେଜିଂ, ସାଂଘାଇ ପରି ପ୍ରମୁଖ ସହର ଗୁଡ଼ିକରେ ଦୈନିକ ସଂକ୍ରମଣ ୫ ଲକ୍ଷ ଉପରେ ରହୁଛି ବୋଲି ଚୀନ୍ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଲୋକେ ଆବଶ୍ୟକୀୟ ମେଡିକାଲ ସୁବିଧା ପାଇପାରୁନାହାଁନ୍ତି । ପୁରା ଖୋଲା ଆକାଶ ତଳେ ରହୁଛନ୍ତି ରୋଗୀ । ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ, ସେମାନଙ୍କୁ ହସ୍ପିଟାଲରେ ରଖିବାକୁ ଜାଗା ନାହିଁ ।

ଚଳିତ ସପ୍ତାହରେ ଚୀନରେ ୩ କୋଟି ୭୦ ଲକ୍ଷ ଲୋକେ କରୋନାରେ ସଂକ୍ରମିତ ହୋଇଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ବିଦେଶୀ ସଂସ୍ଥାର ଆକଳନକୁ ଚୀନ୍ ପ୍ରତ୍ୟାଖ୍ୟାନ କରିବା ସହ ନିଜ ଅଧିକାରୀଙ୍କ ବୟାନ ଉପରେ ଅଙ୍କୁଶ ଲଗାଇଛି । ସରକାରଙ୍କ ବିନା ଅନୁମତିରେ କୋଭିଡ୍ ସଂକ୍ରମଣ ଓ ମୃତ୍ୟୁ ବାବଦରେ କୌଣସି ବୟାନ ଜାରି ହୋଇପାରିବ ନାହିଁ ବୋଲି ତାଗିଦ୍ କରାଯାଇଛି ।

ଏପଟେ ଭାରତରେ ଜାରି ହୋଇଛି ଆଲର୍ଟ । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର । ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣକୁ ଗୁରୁତ୍ବ ଦେବାକୁ ଜାରି ହୋଇଛି ଆଡଭାଇଜରୀ । ଆସନ୍ତା ୨୭ରେ ସବୁ ଡାକ୍ତରଖାନାରେ ମକଡ୍ରିଲ୍ କରାଯିବ ।

Leave A Reply

Your email address will not be published.