ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ଅଭୁଲା ସ୍ମୃତିରେ ‘ଭାରତ ରତ୍ନ’

0

ନୂଆଦିଲ୍ଲୀ; ଭାରତ ରତ୍ନଙ୍କ ଅଭୁଲା ସ୍ମୃତିକୁ ଝୁରୁଛି ସାରା ଦେଶ । ଆଜି ହେଉଛି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଘରେ ଘରେ ସୁପରିଚିତ ଅଟଳ ବିହାରୀ ବାଜପେୟୀ । ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାଜପେୟୀ । ତାଙ୍କ ବାପା କୃଷ୍ଣବିହାରୀ ବାଜପେୟୀ ଓ ମା’ କୃଷ୍ଣା ଦେବୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କ ଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍ଏସର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏମ୍ଏ ପରେ ପରେ ସେ କାନପୁରରେ ଏଲଏଲବି ପଢ଼ା ଆରମ୍ଭ କରିଥିଲେ ।

ଛାତ୍ର ଜୀବନରୁ ହିଁ ବାଜପେୟୀଙ୍କ ଦେଶ ପ୍ରତି ଉତ୍ସଗୀକୃତ ଭାବନା ସୃଷ୍ଟି ହୋଇଥିଲା । ୧୯୩୯ରେ ସେ ୧୯୩୯ରେ ସେ ଆରଏସଏସରେ ଯୋଗ ଦେଇଥିଲେ । ବାବା ସାହେବ ଆପତେଙ୍କ ଦ୍ୱାରା ପ୍ରଭାବିତ ହୋଇ,୧୯୪୭ରେ ଆରଏସଏସର ପ୍ରଚାରକ ଭାବେ ବାଜପେୟୀ ଦାୟିତ୍ୱ ନେଇଥିଲେ । ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସଚିବ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ବାଜପେୟୀ। ୧୯୯୯ମସିହା ଅକ୍ଟୋବର ୧୩ ତାରିଖ ଦିନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ନାମକ ଏକ ନୂତନ ମିଳିତ ସରକାରର ମୁଖ୍ୟ ଭାବେ ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ୧୯୯୬ ମସିହାରେ ସେ ଅଳ୍ପଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳି ଥିଲେ । ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ । ତେବେ ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ନୀରବି ଯାଇଥିଲେ ବାଜପେୟୀ। ୯୩ବର୍ଷ ବୟସରେ ଏହି ମହାନ ପୁରୁଷଙ୍କର ଦେହାନ୍ତ ହୋଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ‘ସଦୈବ ଅଟଳ’ ସ୍ଥଳରେ ଅଟଳଜୀଙ୍କ ସମାଧୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ଏହି ଅବସରରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ‘ଜୟନ୍ତୀରେ ଅଟଳଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ଭାରତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ। ତାଙ୍କର ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀ କୋଟି କୋଟି ଜନତାଙ୍କୁ ପ୍ରେରିତ କରେ।’

Leave A Reply

Your email address will not be published.