ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ହସ୍ପିଟାଲରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

0

ନୂଆଦିଲ୍ଲୀ; ବିଗିଡ଼ିଲା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବସ୍ଥ୍ୟାବସ୍ଥା । ଏନେଇ ସୋମବାର ପୂର୍ବାହ୍ନରେ AIIMSରେ ଭର୍ତ୍ତି ହୋଇଛନ୍ତି ନିର୍ମଳା ସୀତାରମଣ । ସୂଚନାନୁସାରେ, ସୋମବାର ଦିନ ୧୨ଟାରେ ଅର୍ଥମନ୍ତ୍ରୀ AIIMSର ଘରୋଇ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ୬୩ ବର୍ଷୀୟା ସୀତାରମଣଙ୍କୁ ଭର୍ତ୍ତି କରାଯାଇଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିୟମିତ ଯାଞ୍ଚ ପାଇଁ AIIMSରେ ଭର୍ତ୍ତି କରାଯାଇଛି। ତାଙ୍କ ପେଟରେ ସାମାନ୍ୟ ସଂକ୍ରମଣ ବିଷୟରେ କୁହାଯାଉଛି। ଖୁବ୍ ଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀସ୍ଥିତ ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.