ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ପଡୋଶୀଙ୍କୁ ଚେକ୍ ଦେବ ‘ପ୍ରଳୟ’

0

ନୂଆଦିଲ୍ଲୀ; ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତର ବଡ଼ ନିଷ୍ପତ୍ତି । ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ‘ପ୍ରଳୟ’ ମିସାଇଲ୍ । ଏଥିପାଇଁ ୧୨୦ଟି ପ୍ରଳୟ ଟ୍ୟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । DRDO ପକ୍ଷରୁ ଏହି ମିସାଇଲ ନିର୍ମାଣ କରାଯାଇଛି । ଏହାକୁ ପ୍ରଥମେ ବାୟୁସେନା ଓ ପରେ ସ୍ଥଳସେନାରେ ସାମିଲ କରାଯିବ । ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ୍ କରି ହେଉଥିବା ଏହି ପ୍ରଳୟ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫ଶହ କିଲୋମିଟର ରହିଛି। ଆବଶ୍ୟକ ପଡ଼ିଲେ ଏହି ଦୂରତାକୁ ଆହୁରି ବୃଦ୍ଧି କରାଯାଇପାରିବ। ଏହି କ୍ଷେପଣାସ୍ତ୍ର ୩୫୦ରୁ ୭ଶହ କିଲୋଗ୍ରାମ ବିସ୍ଫୋରକ ବହନ କରିପାରେ ଏହା ଦ୍ୱାରା ଶତ୍ରୁପକ୍ଷର ରାଡାର୍, ଯୋଗାଯୋଗ ଭିତ୍ତିଭୂମି, କମାଣ୍ଡ୍ ଓ କଣ୍ଟ୍ରୋଲ ସେଣ୍ଟର ଏବଂ ଏୟାରଫିଲ୍ଡ ଆଦିକୁ ଟାର୍ଗେଟ୍ କରାଯାଇପାରିବ। ପ୍ରଳୟକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ଼ କରାଯାଇପାରିବ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ ହେଉଛି, ଏହା ଆକାଶ ମାର୍ଗରେ ଅଧାବାଟରେ ଗତିପଥ ବଦଳାଇପାରିବ ଏବଂ ଇଣ୍ଟରସେପ୍ଟର ମିସାଇଲ୍‌କୁ ଚକ୍‌ମା ଦେଇପାରିବ। ୨୦୧୫ରେ ପ୍ରଳୟର ନିର୍ମାଣ ଆରମ୍ଭ କରିଥିଲା ଡିଆର୍‌ଡିଓ। ଗତବର୍ଷ ଡିସେମ୍ବରରେ ଦୁଇ ଦୁଇଥର ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇସାରିଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ ମିସାଇଲ ପ୍ରଳୟ ଓଜନ ୫ଟନ୍ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍ କରିପାରିବାର କ୍ଷମତା ରଖିଛି । ବାୟୁରେ ଏକ ନିର୍ଦ୍ଦିଷ୍ଟ ଦୂରତା ଭ୍ରମଣ କରିବା ପରେ ଏହାର ଗତି ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ଅଛି ।

Leave A Reply

Your email address will not be published.