ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଥଣ୍ଡା ସିରପ ପିଇ ୧୮ଶିଶୁଙ୍କ ଜୀବନ ଗଲା

0

ଉଜବେକିସ୍ତାନ; କଫ ସିରପ ପିଇ ୧୮ ଶିଶୁ ପ୍ରାଣ ହରାଇଥିବା ଘଟଣାରେ ଭାରତୀୟ କମ୍ପାନୀକୁ ଦୋଷ ଦେଇଛି ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି,ନୋଏଡା ସ୍ଥିତ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଥଣ୍ଡା ସିରପ ଡକ ୱାନ ମାକ୍ସ ପିଇ ଶିଶୁଙ୍କ ଜୀବନ ଯାଇଛି।

ଆହୁରି ମଧ୍ୟ କୁହାଯାଇଛି ଯେ, ମୃତ ଶିଶୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଡକ ୱାନ ମାକ୍ସ ସିରପକୁ ୨ରୁ ୭ ଦିନ ଯାଏଁ ସେବନ କରିଥିଲେ । ମୋଟ ୨୧ଜଣ ଶିଶୁ ଥଣ୍ଡା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଉଜବେକିସ୍ତାନ ଦାବି କରିଛି, ସିରପର ନୂମନା ଯାଞ୍ଚରୁ ମିଳିଛି, ଏଥିରେ ଏଲିଥିନ ଗ୍ଲାଇକୋଲ ରହିଛି, ଯାହା ବିଷାକ୍ତ ପଦାର୍ଥ ଭାବେ ଗଣାଯାଏ । ତେଣୁ ଏହାକୁ ସେବନ କଲେ ବାନ୍ତି, ଅଚେତ ହେବା, ହୃଦଘାତ ଓ କିଡିନୀ ଫେଲ ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି ।

ତେବେ ୧୮ ଶିଶୁଙ୍କ ମୃତ୍ୟୁକୁ ଗମ୍ଭୀରତାର ସହ ନେଇଥିବା କହିଛି ଉଜବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହି ଘଟଣାରେ ୭ ଜଣ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ଏହାଛଡା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବରୁ ଗତ ସେପ୍ଟେମ୍ବର, ଅକ୍ଟୋବର ମାସରେ ଭାରତ ପ୍ରସ୍ତୁତ ସିରପ ପିଇ ୬୬ ଜଣ ଶିଶୁଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲା ଗାମ୍ବିଆ ।

Leave A Reply

Your email address will not be published.