ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

‘ନୋଟବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା’-ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ; ବିମୁଦ୍ରୀକରଣକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ନା ଭୁଲ, ଏନେଇ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିମୁଦ୍ରୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା । ଏହା ଦ୍ୱାରା କଳାଧନ, ସହ ନକଲି ନୋଟ୍ କାରବାର, ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହାୟତା ଓ ଟିକସ ଠକେଇ ମାମଲାକୁ ନିୟନ୍ତ୍ରଣ କରାଯାଇପାରିଛି । ଏହାସହ ବିମୁଦ୍ରୀକରଣ ବିରୋଧରେ ସମସ୍ତ ଆବେଦନ ଖାରଜ କରିଛନ୍ତି ।

ମୋଦି ସରକାରଙ୍କ ବିମୁଦ୍ରୀକରଣକୁ ଚ୍ୟାଲେଂଜ କରି ହୋଇଥିବା ୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି। ସୂଚନା ମୁତାବକ, ୬ ବର୍ଷ ତଳେ ଅର୍ଥାତ୍ ଗତ ୨୦୧୬ ନଭେମ୍ବର ୮ ତାରିଖରେ ହଠାତ୍ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା କରି ହଜାରେ ଓ ୫ ଶହ ଟଙ୍କିଆ ନୋଟ ଅଚଳ କରିଦେଇଥିଲେ । ଶୁଣାଣି ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.