ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ

0

ରାଜସ୍ଥାନ; ରାଜସ୍ଥାନର ପାଲିରେ ସୋମବାର ଦିନ ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଏହି ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଟ୍ରେନ୍ ବାନ୍ଦ୍ରା ଟର୍ମିନାଲରୁ ଯୋଧପୁର ଅଭିମୁଖେ ଯାଉଥିଲା ।

ସୂଚନା ଅନୁଯାୟୀ, ସୋମବାର ଭୋର୍ ସମୟରେ ଯୋଧପୁର କ୍ଷେତ୍ରର ରାଜକିୟାବାସ-ବୋମଦରା ସେକ୍ସନ ମଧ୍ୟରେ ଟ୍ରେନଟି ଲାଇନଚ୍ୟୁତ ହାେଇଯାଇଥିଲା । ତେବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଚ୍ଚ ଅଧିକାରୀ। ମହାପ୍ରବନ୍ଧକ-ଉତ୍ତର ପଶ୍ଚିମ ରେଲୱେ ଏବଂ ଅନ୍ୟ ଉଚ୍ଚ ଅଧିକାରୀ ମାନେ ଜୟପୁର ହେଡକ୍ୱାଟରର କଣ୍ଟ୍ରୋଲ୍ ରୁମରେ ସ୍ଥିତି ପରଖୁଛନ୍ତି।

ସେପଟେ ଘଟଣାସ୍ଥଳରେ ଉତ୍ତର-ପଶ୍ଚିମ ରେଳ ବିଭାଗର ଟିମ୍ ପହଞ୍ଚି ଯାତ୍ରୀମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇନାହିଁ। ଉତ୍ତର ପଶ୍ଚିମ ରେଳବାଇର ଉଚ୍ଚସ୍ତରୀୟ ଅଧିକାରୀମାନେ ଜୟପୁରସ୍ଥିତ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ୍‌ ରୁମ୍‌ରେ ଥାଇ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଖୁବ୍‌ ଶୀଘ୍ର ସେମାନେ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଶା କରାଯାଉଛି ବୋଲି ଉତ୍ତର ପଶ୍ଚିମ ରେଳବାଇର ଅଧିକାରୀ କହିଛନ୍ତି।

ରାଜସ୍ଥାନରେ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ କେତେଗୁଡ଼ିଏ ଟ୍ରେନ୍‌ର ଗମନା ଗମନରେ ବ୍ୟାଘାତ ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ ରେଳବାଇ କେତେକ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି କରିଛି। ଦୁର୍ଘଟଣା ପରେ ୪ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏହି ରୁଟକୁ ବନ୍ଦ କରି ଦିଆଯାଇଛି।

Leave A Reply

Your email address will not be published.