ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

‘ନୋଟବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା’-ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ; ବିମୁଦ୍ରୀକରଣକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ନା ଭୁଲ, ଏନେଇ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିମୁଦ୍ରୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା । ଏହା ଦ୍ୱାରା କଳାଧନ, ସହ ନକଲି ନୋଟ୍ କାରବାର, ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହାୟତା ଓ ଟିକସ ଠକେଇ ମାମଲାକୁ ନିୟନ୍ତ୍ରଣ କରାଯାଇପାରିଛି । ଏହାସହ ବିମୁଦ୍ରୀକରଣ ବିରୋଧରେ ସମସ୍ତ ଆବେଦନ ଖାରଜ କରିଛନ୍ତି ।

ମୋଦି ସରକାରଙ୍କ ବିମୁଦ୍ରୀକରଣକୁ ଚ୍ୟାଲେଂଜ କରି ହୋଇଥିବା ୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି। ସୂଚନା ମୁତାବକ, ୬ ବର୍ଷ ତଳେ ଅର୍ଥାତ୍ ଗତ ୨୦୧୬ ନଭେମ୍ବର ୮ ତାରିଖରେ ହଠାତ୍ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା କରି ହଜାରେ ଓ ୫ ଶହ ଟଙ୍କିଆ ନୋଟ ଅଚଳ କରିଦେଇଥିଲେ । ଶୁଣାଣି ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.