ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ନୂଆବର୍ଷରେ ମହଙ୍ଗା ମାଡ଼

0

ନୂଅଦିଲ୍ଲୀ; ନୂଆବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କୁ ଲାଗିଲା ଶକ୍ତ ଝଟକା । ୨୦୨୩ ଆରମ୍ଭ ହେବା ମାତ୍ରେ ଲୋକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡୁଛି । ପହିଲାରୁ ବୃଦ୍ଧି ପାଇଛି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ । ତେବେ ଗତକାଲି ଠାରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ ଠାରୁ ପାଟନା ପର୍ଯ୍ୟନ୍ତ ସମସ୍ତ ସହରରେ ଗ୍ୟାସ ସିଲିଣ୍ଡର କିଣିବା ମହଙ୍ଗା ପଡିଛି । ଏଥି ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ ରହିଛି । କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ମହଙ୍ଗା ହୋଇଛି ।

ଘରର ଗୃହିଣୀମାନଙ୍କ ବଜେଟ ଉପରେ କିଛି ପ୍ରଭାବ ପଡିବ ନାହିଁ, କିନ୍ତୁ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଖାଇବା ମହଙ୍ଗା ହେବ । ଦିଲ୍ଲୀ ୧୭୬୯ ଟଙ୍କା, ମୁମ୍ବାଇ ୧୭୨୧ ଟଙ୍କା, କୋଲକାତା ୧୮୭୦ ଟଙ୍କା, ଚେନ୍ନାଇ ୧୯୧୭, ଦିଲ୍ଲୀ ୧୦୫୩, ମୁମ୍ବାଇ ୧୦୫୨.୫, କୋଲକାତା ୧୦୭୯, ଚେନ୍ନାଇ ୧୦୬୮.୫ ଟଙ୍କା ରହିଛି।

ସୂଚନା ଅନୁଯାୟୀ, ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଶେଷ ପରିବର୍ତ୍ତନ ଅର୍ଥାତ୍ ୧୪.୨ କିଲୋଗ୍ରାମ ସିଲିଣ୍ଡର ୬ ଜୁଲାଇ ୨୦୨୨ ରେ କରାଯାଇଥିଲା । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୩.୫ ଟଙ୍କା ବୃଦ୍ଧି ପାଇଛି । ୨୦୨୨ ମସିହା ମାର୍ଚ୍ଚ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ପରେ ମେ ମାସରେ ପୁଣିଥରେ ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।ସରକାରୀ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ଦାମ ବୃଦ୍ଧି ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ବଢ଼ିଛି । ଦିଲ୍ଲୀରେ ଏହାର ମୂଲ୍ୟ ୧୭୬୮ ଟଙ୍କା, ମୁମ୍ବାଇରେ ୧୭୨୧ ଟଙ୍କା, କୋଲକାତାରେ ୧୮୭୦ ଟଙ୍କା ଏବଂ ଚେନ୍ନାଇରେ ୧୯୭୧ ଟଙ୍କାରେ ପହଞ୍ଚିଛି । ବାଣିଜ୍ୟକ ଏଲପିିଜି ମୂଲ୍ୟବୃଦ୍ଧିର ପ୍ରଭାବ ଲୋକଙ୍କ ହୋଟେଲ, ରେସ୍ତୋରାଁରେ ଖାଇବାକୁ ମହଙ୍ଗା କରିଦେବ ।

Leave A Reply

Your email address will not be published.