ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ନୂଆବର୍ଷରେ ମହଙ୍ଗା ମାଡ଼

0

ନୂଅଦିଲ୍ଲୀ; ନୂଆବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କୁ ଲାଗିଲା ଶକ୍ତ ଝଟକା । ୨୦୨୩ ଆରମ୍ଭ ହେବା ମାତ୍ରେ ଲୋକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡୁଛି । ପହିଲାରୁ ବୃଦ୍ଧି ପାଇଛି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ । ତେବେ ଗତକାଲି ଠାରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ ଠାରୁ ପାଟନା ପର୍ଯ୍ୟନ୍ତ ସମସ୍ତ ସହରରେ ଗ୍ୟାସ ସିଲିଣ୍ଡର କିଣିବା ମହଙ୍ଗା ପଡିଛି । ଏଥି ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ ରହିଛି । କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ମହଙ୍ଗା ହୋଇଛି ।

ଘରର ଗୃହିଣୀମାନଙ୍କ ବଜେଟ ଉପରେ କିଛି ପ୍ରଭାବ ପଡିବ ନାହିଁ, କିନ୍ତୁ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଖାଇବା ମହଙ୍ଗା ହେବ । ଦିଲ୍ଲୀ ୧୭୬୯ ଟଙ୍କା, ମୁମ୍ବାଇ ୧୭୨୧ ଟଙ୍କା, କୋଲକାତା ୧୮୭୦ ଟଙ୍କା, ଚେନ୍ନାଇ ୧୯୧୭, ଦିଲ୍ଲୀ ୧୦୫୩, ମୁମ୍ବାଇ ୧୦୫୨.୫, କୋଲକାତା ୧୦୭୯, ଚେନ୍ନାଇ ୧୦୬୮.୫ ଟଙ୍କା ରହିଛି।

ସୂଚନା ଅନୁଯାୟୀ, ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଶେଷ ପରିବର୍ତ୍ତନ ଅର୍ଥାତ୍ ୧୪.୨ କିଲୋଗ୍ରାମ ସିଲିଣ୍ଡର ୬ ଜୁଲାଇ ୨୦୨୨ ରେ କରାଯାଇଥିଲା । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୩.୫ ଟଙ୍କା ବୃଦ୍ଧି ପାଇଛି । ୨୦୨୨ ମସିହା ମାର୍ଚ୍ଚ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ପରେ ମେ ମାସରେ ପୁଣିଥରେ ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।ସରକାରୀ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ଦାମ ବୃଦ୍ଧି ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ବଢ଼ିଛି । ଦିଲ୍ଲୀରେ ଏହାର ମୂଲ୍ୟ ୧୭୬୮ ଟଙ୍କା, ମୁମ୍ବାଇରେ ୧୭୨୧ ଟଙ୍କା, କୋଲକାତାରେ ୧୮୭୦ ଟଙ୍କା ଏବଂ ଚେନ୍ନାଇରେ ୧୯୭୧ ଟଙ୍କାରେ ପହଞ୍ଚିଛି । ବାଣିଜ୍ୟକ ଏଲପିିଜି ମୂଲ୍ୟବୃଦ୍ଧିର ପ୍ରଭାବ ଲୋକଙ୍କ ହୋଟେଲ, ରେସ୍ତୋରାଁରେ ଖାଇବାକୁ ମହଙ୍ଗା କରିଦେବ ।

Leave A Reply

Your email address will not be published.