ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସ୍କ୍ରାପ ନୀତିରେ ପୁରୁଣା ଗାଡ଼ିର ବ୍ୟବହାର ବନ୍ଦ

0

ଭୁବନେଶ୍ବର : ପ୍ରଥମ ରାଜ୍ୟ ଭାବେ ଓଡ଼ିଶା, ସ୍କ୍ରାପ ନୀତିରେ ପୁରୁଣା ଗାଡ଼ିର ବ୍ୟବହାରକୁ ବନ୍ଦ କରିଛି । ତେବେ ପୁରୁଣା ଯାନଗୁଡ଼ିକର ଐତିହ୍ୟ ସଂରକ୍ଷଣ ଏବଂ ଏହାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ଏଣିକି ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର ଭିଣ୍ଟେଜ ଗାଡି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଓଡ଼ିଶାରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ କରିଛି ସ୍ୱତନ୍ତ୍ର ବ୍ୟବସ୍ଥା । ୫୦ ବର୍ଷରୁ ଅଧିକ ହୋଇଥିବା ଗାଡ଼ିର ପଂଜୀକରଣ ସହ ନମ୍ବର ଆରମ୍ଭରୁ VA ରହିବ । ଗାଡି ଯାଞ୍ଚ ପରେ ଫିଟନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଦିଆଯିବ ।

ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ । ଏହା ୧୦ ବର୍ଷ ଯାଏଁ ବୈଧ ରହିବ । ପରବର୍ତ୍ତୀ ସମୟରେ ପଂଜୀକରଣର ନବୀକରଣ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ତାର ବୈଧତା ୫ ବର୍ଷ ଯାଏଁ ରହିବ । ଭିଣ୍ଟେଜ୍ ମୋଟର ଯାନ ଗୁଡିକ ନିୟମିତ କିମ୍ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ରାସ୍ତାରେ ଚାଲିପାରିବ ନାହିଁ । ଏହା କେବଳ ପ୍ରଦର୍ଶନୀ ଏବଂ ରାଲି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ । ଭିଣ୍ଟେଜ ନମ୍ବର ଦିଆଯିବା ପରେ ଗାଡି ମାଲିକ ମାଲିକାନା ସ୍ଥାନାନ୍ତର ପାଇଁ ଆବେଦନ କରିପାରିବେ । ଗାଡି ବିକ୍ରି କରିପାରିବେ ଏବଂ ଠିକଣା ପରିବର୍ତ୍ତନ ମଧ୍ୟ କରିପାରିବେ ।

ନିୟମ ଅନୁସାରେ ଗାଡ଼ିର ପ୍ରଥମ ପଞ୍ଜିକରଣର ୫୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଭିଣ୍ଟେଜ ଭାବେ ଗ୍ରହଣ କରାଯିବ । ଏହାର ଚେଚିସ, ବଡିସେଲରରେ କୌଣସି ପରିବର୍ତ୍ତନ ହୋଇନଥିବ । ଇଞ୍ଜିନରେ କୌଣସି ପ୍ରମୁଖ ମରାମତି ହୋଇନଥିଲେ ତାହା ଭିଣ୍ଟେଜ ଭାବେ ଗ୍ରହଣ ହେବ । ଏହାକୁ ପୁନଃ ପଞ୍ଜିକରଣ ପାଇଁ ଆବେଦନ କରାଯିବ । ଗାଡ଼ିର ଫିଟନେସ ବୈଧ ଥିଲେ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରାଯିବ । ଭିଣ୍ଟେଜ ଯାନ ଅନୁମୋଦିତ ହେଲେ ଏହାକୁ ଏକ ନୂତନ ପଞ୍ଜିକରଣ ଚିହ୍ନ ଦିଆଯିବ ।

Leave A Reply

Your email address will not be published.